fbpx

ଆଜିଠାରୁ ଏହି ୫ ରାଶିଙ୍କର ଆରମ୍ଭ ହେଲା ଶୁଭ ଦିନ: ବୁଧର ପ୍ରବେଶ ହେତୁ କ୍ୟାରିଅରରେ ମିଳିବ ସଫଳତା

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ବୁଦ୍ଧି, ତର୍କ, ସଂଳାପ, ବ୍ୟବସାୟର କାରକ ଗ୍ରହ ଭାବେ ପରିଗଣିତ ବୁଧ ଗ୍ରହ ଆଜି ଅର୍ଥାତ୍ ୬ ମାର୍ଚ୍ଚ ୨୦୨୨ରେ ରାଶି ପରିବର୍ତ୍ତନ କରିବାକୁ ଯାଉଛି । ବୁଧ କୁମ୍ଭରେ ପ୍ରବେଶ କରୁଛି, ଯାହାଫଳରେ ୫ ଟି ରାଶିର ଲୋକଙ୍କୁ ବହୁତ ଫାଇଦା ହେବ । ବୁଧଙ୍କ କୃପାରୁ ଏହି ରାଶିର ଲୋକମାନଙ୍କୁ ଖୁବ୍ ଟଙ୍କା ମିଳିବା ସହ କ୍ୟାରିଅରରେ ସଫଳତା ପାଇବେ । ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶି ବିଷୟରେ…

ମେଷ

– ମେଷ ରାଶିର ଲୋକମାନଙ୍କୁ ଧନଲାଭ ହେବ । ଆର୍ôଥକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଲାଭ ବୃଦ୍ଧି ପାଇବ । ସାହସ ଏବଂ ଶକ୍ତି ବୃଦ୍ଧି ପାଇବ । ସମ୍ମାନ ମିଳିବ । ଭାଗ୍ୟ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସାହାଯ୍ୟ କରିବ । ଉଭୟ ଚାକିରି ଏବଂ ବ୍ୟବସାୟ ଦୃଷ୍ଟିରୁ ଏହି ସମୟ ଅତ୍ୟନ୍ତ ଶୁଭ । ପାରିବାରିକ ଜୀବନ ସୁଖୀମୟ ହେବ ।

ମିଥୁନ

– ବୁଧର ପ୍ରବେଶ ମିଥୁନ ରାଶିର ଲୋକଙ୍କ ପାଇଁ ଚାକିରି-ବ୍ୟବସାୟରେ ଅନେକ ଲାଭ ଦେବ । ପ୍ରତିଷ୍ଠା ବଢ଼ିବ । ବିବାହିତ ଜୀବନ ଭଲ ରହିବ । ଏହି ସମୟରେ କରାଯାଇଥିବା କାର୍ଯ୍ୟରେ ସଫଳତା ମିଳିବ । ଆପଣ ଏକ ନୂଆ ଚାକିରିର ଅଫର୍ ପାଇବେ । ପଦୋନ୍ନତି-ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଯେଉଁମାନେ ଏକ ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଭଲ ସମୟ ।

ବିଛା

– ବିଛା ରାଶିର ଲୋକମାନଙ୍କ କ୍ୟାରିଅରରେ ଜବରଦସ୍ତ ଫାଇଦା ହେବ । ବେରୋଜଗାର ଲୋକ ଓ ନୂଆ ଚାକିରି ଖୋଜୁଥିବା ଲୋକଙ୍କ ଅପେକ୍ଷା ଶେଷ ହେବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଟଙ୍କା ଲାଭର ଯୋଗ ରହିଛି । ନିବେଶ ପାଇଁ ସମୟ ଭଲ ରହିଛି ।

ଧନୁ

-ଧନୁ ରାଶିର ଲୋକଙ୍କ ପାଇଁ ଏହି ସମୟ ଲାଭ ଆଣିବ । ଟଙ୍କା ଆସିବା ପାଇଁ ନୂଆ ରାସ୍ତା ହେବ । ଆୟ ବୃଦ୍ଧି ପାଇବ । କ୍ୟାରିୟରରେ ସଫଳତା ଓ ସମ୍ମାନ ମିଳିବ । ଏହି ସମୟରେ ଆପଣଙ୍କର ଅଟକି ଯାଇଥିବା କାମ ବି ହୋଇଯିବ ।

ମୀନ

– ମୀନ ରାଶିର ଲୋକଙ୍କ ପାଇଁ ସମୟ ବରଦାନ ସଦୃଶ୍ୟ ପ୍ରମାଣିତ ହେବ । ଚାକିରିରେ ପ୍ରମୋସନ, ଇନକ୍ରିମେଣ୍ଟ ବା ବଡ଼ ସଫଳତା ମିଳିବାର ସମ୍ଭାବନା ରହିଛି । ପାରିବାରିକ ଜୀବନ ଭଲ ରହିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

Get real time updates directly on you device, subscribe now.