fbpx

ସୋନାକ୍ଷୀଙ୍କ ବଢ଼ିଲା ମୁସ୍କିଲ: ଠକେଇ ମାମଲାରେ ଜାରି ହେଲା ୱାରେଣ୍ଟ

ନୂଆଦିଲ୍ଲୀ: ବଲିଉଡର ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ସମସ୍ୟା ବଢ଼ିଯାଇଛି । ଏକ ଠକେଇ ମାମଲାରେ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଛି । ଏଥିପାଇଁ ତାଙ୍କୁ ଆସନ୍ତା ୨୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ମୁରାଦାବାଦରେ ସୋନାକ୍ଷୀଙ୍କ ସହିତ ଅନ୍ୟ ୫ ଜଣଙ୍କ ନାମରେ ଅଭିଯୋଗ ଦାୟର ହୋଇଛି । ଏହି ମାମଲାଟି ୪ ବର୍ଷ ତଳର ହୋଇଥିବା ବେଳେ କୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ କରିବେ । ଅଭିଯୁକ୍ତମାନେ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଥିଲେ । ତେବେ ଏହା ମଧ୍ୟରେ ହାଇକୋର୍ଟଙ୍କ ଷ୍ଟେ ଅର୍ଡରର ଅବଧି ୬ ମାସ ସରିଯାଇଛି ।

ସୋନାକ୍ଷୀଙ୍କ ନାମରେ ପ୍ରମୋଦ ଶର୍ମା ମାମଲା ଦାୟର କରିଥିଲେ । ଇଭେଣ୍ଟ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ନ ପହଞ୍ôଚବା ନେଇ ସୋନାକ୍ଷୀଙ୍କ ନାମରେ ଆରୋପ ଲାଗିଥିଲା । ଇଭେଣ୍ଟ ପାଇଁ ସାଢ଼େ ୩୭ ଲକ୍ଷ ଟଙ୍କା ଅନଲାଇନରେ ପେମେଣ୍ଟ କରାଯାଇଥିଲା । ପ୍ରମୋଦ ସୋନାକ୍ଷୀଙ୍କ ବ୍ୟତୀତ ଅଭିଷେକ ସିହ୍ନା, ଏଡଗର ସାକିଆ, ମାଲବିକା ପଞ୍ଜାବୀ, ଘୁମିଲ ଠକ୍କରଙ୍କ ନାମରେ ଗତ ୨୦୧୯ ମସିହା ଫେବୃଆରୀ ୨୨ରେ କଟଘର ଥାନାରେ ମାମଲା ଦର୍ଜ କରିଥିଲେ ।

Get real time updates directly on you device, subscribe now.