fbpx

ଗୋଡ଼ ଚିପିବା ବାହାନରେ ବୋହୂ ସହିତ ଅଶ୍ଳୀଳ ହରକତ କରୁଥିଲା ଶ୍ୱଶୁର, ବିରୋଧ କରିବାରୁ ମାରିଦେଲା ଗୁଳି; ଜାଣନ୍ତୁ ପୂରା ଘଟଣା

ହରିୟାଣା: ଜଣେ ନବବିବାହିତା ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିବା ଖବର ସାମନାକୁ ଆସିଛି । ଗୁଳି ମାରିଥିବା ଅଭିଯୋଗ ମହିଳାଙ୍କ ଶ୍ୱଶୁର, ଶାଶୁ ଓ ସ୍ୱାମୀ ଉପରେ ଲଗାଯାଇଛି । ତେବେ ମହିଳାଙ୍କ ବିବାହକୁ ଏକ ମାସ ବି ପୁରୂଣୁ ଏଭଳି କାଣ୍ଡ ଘଟିଯାଇଛି । ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଘଟଣା ହରିୟାଣାର ପଲୱଲ ଜିଲ୍ଲାର ଅଲ୍ଲୀଗଡ଼ ଠାରେ ଘଟିଛି ।

ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ବିବାହିତାଙ୍କ ଶ୍ୱଶୁର ନିଜ ବୋହୂ ଉପରେ ଖରାପ ନଜର ପକାଉଥିଲା ଓ ଅଶ୍ଳୀଳ ହରକତ କରୁଥିଲା । ଆଉ ମହିଳା ଜଣକ ଯେତେବେଳେ ଏହାର ବିରୋଧ କରିଥିଲେ, ଏହାପରେ ଶ୍ୱଶୁର ଘର ଲୋକେ ଗୁଳି କରି ମାରିଦେଇଛନ୍ତି । ପୋଲିସ୍ ଏହି ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଅସଦାଚରଣ କରିବାରୁ ମହିଳାଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ଏହି ସମୟରେ ମୃତ ମହିଳାଙ୍କ ସ୍ୱାମୀଙ୍କ ହାତରେ ବି ଗୁଳି ଲାଗିଛି । ସେ ବର୍ତ୍ତମାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ବାପା ପୋଲିସ୍ ପାଖରେ ସ୍ୱାମୀ, ଶ୍ୱଶୁର ଓ ଶାଶୁ ବିରୋଧରେ ଏଫଆଇଆର ଦେଇଥିଲେ । ପୋଲିସ୍ ଏହି ଘଟଣାର ଯାଞ୍ଚ ଚଳାଇଛି ।

ପୋଲିସ୍ ର ସୂଚନା ମୁତାବକ, ମୃତ ମହିଳାଙ୍କ ବୟସ ୧୯ ବର୍ଷ । ଫେବୃଆରୀ ୭ ତାରିଖରେ ତାଙ୍କର ବିବାହ ହୋଇଥିଲା । ବିବାହ ପରଠାରୁ ମହିଳାଙ୍କ ଶ୍ୱଶୁର ତାଙ୍କ ଉପରେ ଖରାପ ନଜର ପକାଉଥିଲା । ଗୋଡ଼ ଦବାଇବାକୁ କହି ଅଶ୍ଳୀଳ ହରକତ କରୁଥିଲା । ଏନେଇ ମହିଳା ଜଣକ ନିଜ ସ୍ୱାମୀ ଓ ଶାଶୁଙ୍କୁ କହିଥିଲେ ହେଲେ ସେମାନେ ତାଙ୍କୁ ଚୁପ୍ ରହିବାକୁ କହିଥିଲେ ଓ ତାଙ୍କୁ ତାଗିଦ୍ କରିଥିଲେ । ତାଙ୍କୁ ବାପ ଘରକୁ ଯିବାକୁ ବି ଦେଉନଥିଲେ । ମାର୍ଚ୍ଚ ୪ ତାରିଖରେ ତାକୁ ଗୁଳି ମାରି ହତ୍ୟା କରିଦିଆଗଲା । ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ପୋଲିସ୍ ।

Get real time updates directly on you device, subscribe now.