fbpx

୧୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କଲେ ସରକାର: ଆଜି ହେବ ମିସାଇଲ ପରୀକ୍ଷଣ

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ପ୍ରଶାସନ ୧୦ଟି ଗ୍ରାମର ପ୍ରାୟ ୧୦ ହଜାର ଲୋକଙ୍କୁ ସେମାନଙ୍କ ଘରୁ ସ୍ଥାନାନ୍ତରିତ କରାଯାଇଛି । ଏ ନେଇ ଜଣେ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି । ଚାନ୍ଦିପୁର ଆଇଟିଆରର ୩ ନମ୍ବର ପ୍ରକ୍ଷେପଣ ସ୍ଥଳୀରେ ଆଜି ଏକ ସ୍ୱତନ୍ତ୍ର ମିସାଇଲ ପରୀକ୍ଷଣ କରାଯିବ । ଚାନ୍ଦିପୁରର ଏକୀକୃତ ପରୀକ୍ଷଣ ରେଞ୍ଜ(ଆଇଟିଆର) ଏହି ପରୀକ୍ଷଣ ପାଇଁ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି ।

ଏହାମଧ୍ୟରେ ଜଣେ ରାଜସ୍ୱ ଅଧିକାରୀ କହିଛନ୍ତି ଯେ, ମିସାଇଲ ପରୀକ୍ଷଣ ପୂର୍ବରୁ ସ୍ଥାନୀୟ ୩.୫ କି.ମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୧୦ଟି ଗ୍ରାମର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୧୦ଟି ଗ୍ରାମର ପ୍ରାୟ ୧୦,୫୮୧ ଜଣ ବ୍ୟକ୍ତିଙ୍କୁ ଅସ୍ଥାୟୀ ଭାବରେ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ପାଇଁ ବ୍ୟବସ୍ଥା ହୋଇଛି । ସୁରକ୍ଷା ଦୃଷ୍ଟିରୁ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ସେମାନଙ୍କୁ ନିକଟବର୍ତ୍ତୀ ଅସ୍ଥାୟୀ କେନ୍ଦ୍ରରେ ସ୍ଥାନାନ୍ତରିତ କରିଛି ପ୍ରଶାସନ । ତେବେ ମିସାଇଲ ପରୀକ୍ଷଣ ଶେଷ ହେବା ପର୍ଯ୍ୟନ୍ତ ସହରରେ ରହିବା ପାଇଁ ଜିଲ୍ଳା ପ୍ରଶାସନ ନୋଟିସ ହୋଇଛି ।

ଏ ନେଇ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଶିବିରକୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ । ଜିଲ୍ଲା ରାଜସ୍ୱ ଅଧିକାରୀ ତହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲା ପ୍ରଶାସନ ିକଟରେ ବିଦ୍ୟାଳୟ, ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଶିବିର ଇତ୍ୟାଦିରେ ଲୋକମାନଙ୍କ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଶିବିରରେ ଲୋକମାନଙ୍କ ସହାୟତା ପାଇଁ ଅତି କମରେ ୧୦ ଜଣ ସରକାରୀ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏହାସହିତ ଶିବିରରେ ଲୋକଙ୍କ ସହାୟତା ପାଇଁ ପୋଲିସର ୨୨ ପ୍ଳାଟୁନ ଫୋର୍ସ ମୁତୟନ କରାଯାଇଛି ।

Get real time updates directly on you device, subscribe now.