fbpx
BJD SKY
BJD SKY

ଭୋଟ ପାଇଁ ଛୁଟି ଘୋଷଣା: ମେ ୧୦ରେ ସରକାରୀ ଅଫିସ, ବ୍ୟାଙ୍କ, କୋର୍ଟ ବନ୍ଦ ରହିବ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ଏଥର ପ୍ରାର୍ଥୀ ହୋଇଛନ୍ତି । ଝାରସୁଗୁଡ଼ା ଦଖଲ ପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି ।

ତେବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମେ ୧୦ ତାରିଖରେ ଉପନିର୍ବାଚନ ପାଇଁ ଛୁଟି ଘୋଷଣା କରାଯାଇଛି । ଭୋଟ ଗ୍ରହଣ ଦିନ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ । ଏଥିସହିତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ୟାଙ୍କ, ବ୍ୟାଙ୍କିଂ ପ୍ରତିଷ୍ଠାନ, ନ୍ୟାୟିକ ଅଦାଲତ ଓ ସରକାରୀ ଅଫିସ ବନ୍ଦ ରହିବ । ଏ ନେଇ ରାଜ୍ୟ ସରକାରଙ୍କର ରାଜସ୍ୱ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ତାପମାତ୍ରା ଉଚ୍ଚ ରହିଛି । ଦୁଇଦିନ ତଳେ ଝାରସୁଗୁଡ଼ା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ତେଣୁ ଏପରି ସ୍ଥିତିରେ ଭୋଟ ଗ୍ରହଣ ଦିନ ଛୁଟି ଘୋଷଣା ହେବା ଫଳରେ ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ନିଶ୍ଚିତ ଭାବେ ଆଶ୍ୱସ୍ତି ମିଳିବ । ଏହା ପୂର୍ବରୁ ଗତବର୍ଷ ନଭେମ୍ବର ମାସ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଧାମନଗର ଉପନିର୍ବାଚନ ସମୟରେ ମଧ୍ୟ ଛୁଟି ଘୋଷଣା କରାଯାଇଥିଲା । ସେ ସମୟରେ ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ ଅନୁଷ୍ଠାନ ଓ ବ୍ୟାଙ୍କ ବନ୍ଦ ନେଇ ରାଜ୍ୟ ସରକାର ଘୋଷଣା କରିଥିଲେ ।

Get real time updates directly on you device, subscribe now.