fbpx
BJD SKY
BJD SKY

Ban On Diesel Vehicles: ୨୦୨୭ ସୁଦ୍ଧା ୪ ଚକିଆ ଡିଜେଲ ଗାଡ଼ି ଉପରେ ଲାଗିବ ପ୍ରତିବନ୍ଧକ, ପେଟ୍ରୋଲିୟମ ମନ୍ତ୍ରଣାଳୟ କମିଟି କଲା ସୁପାରିଶ

BJD

ନୂଆଦିଲ୍ଲୀ: ଡିଜେଲ୍‌ରେ ଚାଲୁଥିବା ଚାରି ଚକିଆ ଏସ୍‌ୟୁଭୀ କାର୍ ଉପରେ ଆଗାମୀ ଦିନରେ ପ୍ରତିବନ୍ଧକ ଲାଗିପାରେ। ପେଟ୍ରୋଲିୟମ ମନ୍ତ୍ରଳାୟ କମିଟି ଏ ସଂକ୍ରାନ୍ତୀୟ ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି। ଏକ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ୨୦୨୭ ସୁଦ୍ଧା ଡିଜେଲ ଚାଳିତ କାର-ଏସୟୁଭି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଏହି କମିଟି।

ଏହି ରିପୋର୍ଟରେ ୨୦୨୪ ରୁ କେବଳ ଇଲେକ୍ଟ୍ରିକ ଗାଡି ପଞ୍ଜିକରଣ ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାଫଳରେ ଆସନ୍ତା ୧୦ ବର୍ଷ ମଧ୍ୟରେ ଏକ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡିକର ୭୫ ପ୍ରତିଶତ ଯାନ ଇଲେକ୍ଟ୍ରିକ ଗାଡି ହୋଇପାରିବ।

ସେହିଭଳି ୨୦୩୫ ସୁଦ୍ଧା ଜାତୀୟ ଶକ୍ତି ବାସ୍କେଟରେ ଗ୍ରୀଡ୍ ପାୱାରର ଅଂଶକୁ ଦୁଇଗୁଣ କରିବାକୁ କମିଟି ସୁପାରିଶ କରିଛି। ପେଟ୍ରୋଲିୟମ, କୋଇଲା, ଶକ୍ତି ଏବଂ ଅକ୍ଷୟ ଶକ୍ତି ସହ ଜଡିତ ମନ୍ତ୍ରଣାଳୟକୁ ନେଇ ଏକ ଗୋଷ୍ଠୀ ଗଠନ କରିବାକୁ କମିଟି ହୋଇଛି। ଏହା ସହିତ ସଚିବମାନଙ୍କର ଏକ କମିଟି ଗଠନ କରିବାକୁ ମଧ୍ୟ କୁହାଯାଇଥିଲା, ଯେଉଁଥିରେ ଶକ୍ତି ବ୍ୟବହାର ଉପରେ ନଜର ରଖୁଥିବା ମନ୍ତ୍ରଣାଳୟର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯିବା ଉଚିତ୍।

ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁରଙ୍କ ଅଧ୍ୟକ୍ଷତାରେ ଶକ୍ତି ସଂକ୍ରମଣ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା ଯେଉଁଥିରେ ସରକାରୀ ତୈଳ କମ୍ପାନୀ ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ ହୋଇଥିଲେ। ଯେତେବେଳେ ତରୁଣ କପୁର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ହେଲେ, ପୂର୍ବତନ ଓଏନ୍ଜିସି ଅଧ୍ୟକ୍ଷ ସୁଭାଷ କୁମାରଙ୍କୁ କମିଟିର ଅଧ୍ୟକ୍ଷ କରାଯାଇଥିଲା। ଏବଂ ତାଙ୍କ ଅଧ୍ୟକ୍ଷତାରେ କମିଟି ରିପୋର୍ଟ ପ୍ରସ୍ତୁତ କରି ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ଦାଖଲ କରିଛି। ଏହି ରିପୋର୍ଟରେ ସଡକ ପରିବହନ ପାଇଁ ଇଲେକ୍ଟ୍ରିକ ଯାନ ଉପରେ ଗୁରୁତ୍ୱ ଦିଆଯିବା ସହିତ ଡିଜେଲ ଚାଳିତ ଚାରି ଚକିଆ ଯାନକୁ ଯଥାଶୀଘ୍ର ନିଷିଦ୍ଧ କରିବାକୁ କୁହାଯାଇଛି।

 

Get real time updates directly on you device, subscribe now.