LICର ସେୟାର ବିକ୍ରି କରିବେ ସରକାର

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ଆଇଡିବିଆଇ ବ୍ୟାଙ୍କରେ ଥିବା ଅଂଶଧନକୁ ମଧ୍ୟ ବିକ୍ରି କରାଯିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ସରକାରୀ ବୀମା କମ୍ପାନୀ ଏଲଆଇସି(ଭାରତୀୟ ଜୀବନ ବୀମା ନିଗମ)ରୁ କେନ୍ଦ୍ର ସରକାର ନିଜ ଅଂଶଧନ ବିକ୍ରି କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ଏଲଆଇସିର ଆଇପିଓ ଆଣି ଏହା ଜରିଆରେ ଏଲଆଇସିରେ ନିଜର ଅଂଶଧନ ବିକ୍ରି କରିବେ। ତେବେ ଏହି ଘୋଷଣା ସମୟରେ ସଂସଦରେ ବିରୋଧୀମାନେ ତୀବ୍ର ବିରୋଧ କରିଥିଲେ। ସୀତାରମଣ କହିଥିଲେ, ଆଇଡିବିଆଇର ଅଂଶଧନ ଘରୋଇ କମ୍ପାନୀଗୁଡ଼ିକୁ ବିକ୍ରି କରାଯିବ, କିନ୍ତୁ ଏହାର ନିୟନ୍ତ୍ରଣ ସରକାର ନିଜ ଅଧୀନରେ ରଖିବେ।

Get real time updates directly on you device, subscribe now.