fbpx

ନଷ୍ଟ ହେବନି ଆଖି: ମତ୍ୟୁର ୫ ଘଣ୍ଟା ପରେ ବି ହୋଇପାରିବ ଜୀବନ୍ତ

ନୂଆଦିଲ୍ଲୀ: ମଣିଷର ମୃତ୍ୟୁ ପରେ ଶରୀରର ଅଙ୍ଗ ଦାନ କରାଯାଏ । ଏହାଦ୍ୱାରା କାହାର ଜୀବନ ମଧ୍ୟ ବଞ୍ଚିଯାଏ । ଚକ୍ଷୁଦାନ ଏଥିମଧ୍ୟରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିପାଇଁ ତ’ କୁହାଯାଏ ଚକ୍ଷୁଦାନ ମହାଦାନ । କିନ୍ତୁ ଜଣେ ମୃତ ବ୍ୟକ୍ତିର ଶରୀରରେ ଆଖି ହେଉଛି ଏମିତିି ଅଙ୍ଗ ଯାହା ଦାନ କରିବା ପାଇଁ ଖୁବ କମ୍ ସମୟ ରହିଥାଏ, ନଚେତ ଏହା ଖୁବ ଶୀଘ୍ର ନଷ୍ଟ ହୋଇଯାଏ ।

କୁହାଯାଏ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ୪-୬ ଘଣ୍ଟା ମଧ୍ୟରେ ଆଖି ନଷ୍ଟ ହେବାକୁ ଆରମ୍ଭ କରେ ତେଣୁ ଏହି ସମୟ ମଧ୍ୟରେ ଆଖିକୁ କାଢ଼ିନିଆଯିବା ଦରକାର, ନହେଲେ ଏହା କୌଣସି କାମରେ ଆସିନଥାଏ । କିନ୍ତୁ ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ୫ ଘଣ୍ଟା ପରେ ନଷ୍ଟ ହୋଇଯାଇଥିବା ଆଖିକୁ ପୁଣି ଥରେ ସୁସ୍ଥ କରି ଦେଖାଇଛନ୍ତି ବୈଜ୍ଞାନିକ ।

ଉଟାହ ୟୁନିଭର୍ସିଟିର ଜନ ଏ ମୋରନ ଆଇ ସେଣ୍ଟରରେ ପୋଷ୍ଟଡକ୍ଟୋରଲ ରିସର୍ଚ୍ଚର ଫତିମା ଅବ୍ୱାସ କହିଛନ୍ତି ଯେ ମାନବ ମ୍ୟାକୁଲାରେ ଫୋଟୋରିସେପ୍ଟର କୋଶିକାକୁ ଠିକ୍ କରିବାରେ ସଫଳ ହୋଇଛନ୍ତି । ଏହି କୋଶିକା ଦ୍ୱାରା ଆମେ କେନ୍ଦ୍ରୀୟ ଦୃଷ୍ଟି ମିଳିଥାଏ ଏବଂ ଆମେ ଛୋଟ ଜିନିଷ, ରଙ୍ଗଙ୍କୁ ଦେଖିପାରୁ । ମନୁଷ୍ୟର ମୃତ୍ୟୁ ପରେ ମିଳିଥିବା ଆଖିରେ ଏହି କୋଶିକାରେ ଆଲୋକ ତୀବ୍ର ଆଲୋକ, ରଙ୍ଗୀନ ଆଲୋକ କମିବା ଆରମ୍ଭ ହୋଇଯାଇଥାଏ ।

ନେଚର ଜର୍ଣ୍ଣାଲରେ ପ୍ରକାଶିତ ଫତିମା ଅବ୍ୱାସଙ୍କ ଏକ ଲେଖାରେ ସେ କହିଛନ୍ତି ଯେ ରିସର୍ଚ୍ଚରେ ଉଦ୍ଦେଶ୍ୟ ହେଉଛି ଯେ କିଭଳି ନ୍ୟୁରନ୍ସ କେମିତି ମରିଥାନ୍ତି ଏବଂ କେମିତି ଏହାକୁ ପୁର୍ନଜୀବିତ କରାଯାଇପାରେ । ସେ କହିଛନ୍ତି ବିଶେଷଜ୍ଞମାନେ ଆରମ୍ଭରେ ଆଖିରେ ଫୋଟୋରିସେପ୍ଟର କୋଶିକାକୁ ପୁର୍ନଜୀବିତ କରିବାରେ ସଫଳ ହୋଇଥିଲେ, କିନ୍ତୁ ଫଟୋରିସେପ୍ଟରରେ ଅମ୍ଳଜାନ ଅଭାବରୁ ତାହା ଠିକରେ କାମ କରିପାରୁନଥିଲା । ଏଥିପାଇଁ ବିଶେଷଜ୍ଞ ମୋରନ ଆଇ ସେଣ୍ଟରର ବୈଜ୍ଞାନିକ ଫ୍ରେନ୍ସ ବିନବର୍ଗଙ୍କ ସହ ମିଶି ଅକ୍ିସଜେନର ଅଭାବରୁ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଏକ ଉପାୟ ବାହର କରିଥିଲେ ।

ସେ ଏଥିପାଇଁ ଏକ ବିଶେଷ ପ୍ରକାରର ଟ୍ରାନ୍ସପୋର୍ଟେସନ ୟୁନିଟ୍ ତିଆରି କରିଥିଲେ, ଯାହା ବ୍ୟକ୍ତିଙ୍କ ମୃତ୍ୟୁର ୨୦ ମିନିଟ୍ ଭିତରେ ନିଆଯାଇଥିବା ଅକ୍ିସଜେନ ଏବଂ ଅନ୍ୟ ପୋଷକ ତତ୍ତ୍ୱକୁ ରିଷ୍ଟୋର କରିପାରିବେ । ଏହା ସହ ଆହୁରି ଏକ ଡିଭାଇସ ମାଧ୍ୟମରେ ରେଟିନାରେ ବିଦ୍ୟୁତ୍ ଗତିବିଧି ଉତ୍ପନ୍ନ କରିବା ଏବଂ ଆଉଟପୁଟକୁ ମାପିବା ପାଇଁ ଷ୍ଟିମ୍ୟୁଲେଟ କରିପାରେ ।

ଜୀବିତ ଆଖିରେ “ବି ତରଙ୍ଗ’ ଏକ ପ୍ରକାର ଇଲେକ୍ଟ୍ରିକାଲ ସିଗ୍ନାଲ ଅଟେ, ଯାହା ରେଟିନାର ଭିତର ପରଦ ସହ ଯୋଡ଼ି ହୋଇରହିଥାଏ । ଏଥିପାଇଁ ବାହାର କରାଯାଇଥିବା ଆଖିରେ ଏହି ବିଦ୍ୟୁତ୍ ତରଙ୍ଗ ଉତ୍ତେଜିତ କରିବା ବାସ୍ତବରେ ଜରୁରୀ ଅଟେ । ଆଉ ଏହି ଗବେଷଣାରେ ଦ୍ୱାରା ସେମାନେ ଜାଣିବାକୁ ପାଇଥିଲେ ଯେ ମ୍ୟାକୁଲାର ପରଦାରେ ପୁଣିଥରେ ବିଦ୍ୟୁତ୍ ସଞ୍ଚାର କରୁଛି, ଠିକ୍ ସେହିଭଳି ଯେମିତି ଜୀବିତ ଅବସ୍ଥାରେ ହୋଇଥାଏ । ଯାହାଦ୍ୱାରା ଆମକୁ ଦେଖିବାକୁ ସାହାଯ୍ୟ ହୋଇଥାଏ ।

Get real time updates directly on you device, subscribe now.