fbpx

ବଡ଼ ଖବର ! ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଥିବା ୟୁନିଟ-୨ ମାର୍କେଟ ବିଲ୍ଡିଂକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ।  ତେବେ ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଏବଂ ଗ୍ରାହକଙ୍କ ପାଇଁ ଚିନ୍ତା ବଢିଯାଇଛି । ଭୁବନେଶ୍ୱରରେ ବିଭିନ୍ନ ଘର ଉପକରଣ ହେଉ କିମ୍ବା ପୋଷାକ ପତ୍ର ଇତ୍ୟାଦି ଜିନିଷ କମ୍ ମୂଲ୍ୟରେ ପାଇବାକୁ ହେଲେ ଗ୍ରାହକଙ୍କ ପ୍ରଥମ ପସନ୍ଦ ପାଲଟିଛି ୟୁନିଟ-୨ ମାର୍କେଟ ବିଲ୍ଡିଂ । ତେବେ ଏହି ମାର୍କେଟ ବିଲ୍ଡିଂକୁ ବର୍ତ୍ତମାନ ବନ୍ଦ କରି ଦିଆଯାଇଛି । ଏଠାରେ ଅନେକ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ସ୍ଥାୟୀ ଦୋକାନ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେଣୁ ଏହାକୁ ରୋକିବା ପାଇଁ ସେମାନେ ଦାବି କରିଛନ୍ତି ।

ସୂଚନା ଅନୁସାରେ, ମାର୍କେଟ ଭିତରକୁ ପ୍ରବେଶ ପାଇଁ ଅନୁମତି ନଥିବା ବୁଲାବିକାଳୀ ମାନଙ୍କୁ କେବଳ ଭର୍ଚୁଆଲ ମାଧ୍ୟମରେ ବନ୍ଦ କରିବା ପାଇଁ କୁହାଯାଇଥିଲା, ଯାହାପରେ ସେମାନେ ଏବେ ଅସ୍ଥାୟୀ ଭାବରେ ନିଜ ପସରା ଖୋଲି ବସୁଛନ୍ତି । ଏହାସହିତ ମାର୍କେଟର ବିଭିନ୍ନ ସ୍ଥାନରେ ଏଣେତେଣେ ଅଳିଆ ଆବର୍ଜନା ପକାଇ ପରିବେଶ ନଷ୍ଟ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେଣୁ ଏହାଦ୍ୱାରା ଦୋକାନୀଙ୍କ ସହ ବହୁ ପରିମାଣରେ ଆସୁଥିବା ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବାରମ୍ବାର ଏ ନେଇ ଅଭିଯୋଗ ପରେ ମଧ୍ୟ ଏହାକୁ ଦେଖି ନ ଦେଖିଲା ଭଳି ରହୁଛି ବିଏମସି । ତେଣୁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନସବୁ ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଛି । ସେପଟେ ଖୁବଶୀଘ୍ର ସମସ୍ୟାର ସମାଧାନ ନକଲେ ସମସ୍ତ ଦୋକାନୀ ଏବଂ ସେମାନଙ୍କ ପରିବାର ମିଶି ମେୟରଙ୍କ ପରିବାର ସମ୍ମୁଖରେ ପ୍ରତିବାଦ କରିବେ । ଏହାସହିତ ମାର୍କେଟ ବିଲ୍ଡିଂର ସମସ୍ତ ସ୍ଥାୟୀ ଦୋକାନ ବନ୍ଦ କରିବା ନେଇ ଚେତାବନୀ ଦେଇଛନ୍ତି ।

Get real time updates directly on you device, subscribe now.