fbpx
BSKY
BJD MC SKY
BJD YOUTH SKY

ସରକାରୀ ଚାକିରି ଆଶାବାଦୀଙ୍କ ପାଇଁ ବଡ ସୁଯୋଗ, ଏହି ବିଭାଗରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: ଦେଶରେ ତଥା ରାଜ୍ୟରେ ଯୁବ ପିଢିଙ୍କ ମଧ୍ୟରେ ଚାକିରି କରିବା ନେଇ ସଂଘର୍ଷ ଚାଲୁ ରହିଛି । ବେସରକାରୀ ଚାକିରିରେ ସ୍ଥାୟୀତ୍ୱ ନଥିବାରୁ ସରକାରୀ ଚାକିରି ପାଇଁ ଯୁବପିଢି ପ୍ରସ୍ତୁତ ହେଉଛନ୍ତି । ଏନେଇ ସରକାର ବିଭିନ୍ନ ପ୍ରକାର ଚାକିରି ପାଇଁ ପଦବୀ ସୁବିଧା ଯୋଗାଉଛନ୍ତି । ତେଣୁ ବ୍ୟକ୍ତିର ଯୋଗ୍ୟତା ପରିକ୍ଷା ପାଇଁ ଅନେକ ସୋପାନ ମଧ୍ୟ ରହୁଛି । ତେବେ ସରକାରୀ ଚାକିରିରେ ଆଶାୟୀଙ୍କ ପାଇଁ, ଅନେକ ବିଭାଗରେ ଖାଲି ପଦବୀ ବାହାରିଛି । ଆଗ୍ରହୀ ପ୍ରାର୍ଥୀମାନେ ଚାକିରି ବିଷୟରେ ଜାଣିବା ପାଇଁ ସମ୍ପୃକ୍ତ ୱେବସାଇଟ ପରିଦର୍ଶନ କରିପାରିବେ ।

-ଜିଏସଟି ଆଣ୍ଡ କଲେଜରେ ଆସିଷ୍ଟାଣ୍ଡ ପ୍ରଫେସର ପାଇଁ ୭୪ଟି ଖାଲି ପଦବୀ ରହିଛି । ଆପଣ ଜିସୁ ଏବଂ ମେରି କଲେଜର ୱେବସାଇଟ ଜେଏମସି.ଆକ୍.ଇନ କୁ ଯାଇ ଆବେଦନ କରିପାରିବେ । ଏହି ପଦବୀର ଆବେଦନ ପାଇଁ ଶେଷ ତାରିଖ ହେଉଛି ୨୦୨୩ର ଜାନୁଆରି ୭ ତାରିଖ ।

– ଏନଆଇଟି ରାଉରକେଲା ରିକୃଟମେଣ୍ଟ ୨୦୨୨ରେ ଆବେଦନ କରିବା ପାଇଁ ପ୍ରର୍ଥୀମାନେ ନିଜ କ୍ୟାରିୟରରେ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଯେପରିକି, (୧୦, +୨) ସ୍ନାତକ ଡିଗ୍ରୀ, ମାଷ୍ଟର ଡିଗ୍ରୀ ରେ ୬୦ ପ୍ରଥିଶତ ହାସଲ କରିଥିବା ଦରକାର । ଆବେଦନ କରୁଥିବା ବ୍ୟକ୍ତିଙ୍କ ବୟସ ହାରାହାରି ୨୭ ରୁ ୫୬ ବୟସ ହୋଇଥିବା ଦରକାର । ଏହାସହ କାମ କରିବା ପାଇଁ ଅଭିଜ୍ଞତା ମଧ୍ୟ ରହିଥିବା ଦରକାର ।

ନେସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ରାଉରକେଲା ଏକ ନିଯୁକ୍ତି ଜାରି କରିଛନ୍ତି । ଏନେଇ ଏହି ଅନୁଷ୍ଠାନର ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯିବ । ତେବେ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ପରିଦର୍ଶନ କରି ଆବେଦନ କରିପାରିବେ । ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୧୬କୁ ସ୍ଥିର କରାଯାଇଛି ।

Get real time updates directly on you device, subscribe now.