fbpx

ପୁରୀ-କୋଣାର୍କ ରେଳ ଲାଇନକୁ ମିଳିଲା ସବୁଜ ସଙ୍କେତ

ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣକୁ ମିଳିଛି କେନ୍ଦ୍ରର ସବୁଜ ସଙ୍କେତ । ବୁଧବାର ଲୋକସଭାରେ ଏନେଇ ସର୍ଭେ ସରିଥିବା ସ୍ପଷ୍ଟ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୩ କିମି ରେଳ ଲାଇନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭୨୫.୭୮ କୋଟି ଟଙ୍କା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ସଂପୂର୍ଣ୍ଣ ହେବ ପ୍ରକଳ୍ପ । ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଅନେକ ଥର ପୁରି-କୋଣାର୍କ ରେଳ ଲାଇନ ନେଇ ଦାବି ହୋଇଆସୁଛି ।

ସୂଚନାଯୋଗ୍ୟ, ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ ପୁରୀରେ ରେଳପଥର ବିକାଶ ସହ ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣ କାର୍ଯ୍ୟ ନେଇ ଯାହା ଆବଶ୍ୟକ ସେନେଇ କେନ୍ଦ୍ର ପଦକ୍ଷେପ ନେବ ବୋଲି ଗତ ଅଗଷ୍ଟ ମାସରେ ପୁରୀ ଗସ୍ତ ସମୟରେ ସୂଚନା ଦେଇଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ।

Get real time updates directly on you device, subscribe now.