fbpx

CRPF ଟିମ୍ ଉପରକୁ ଗ୍ରେନେଡ୍ ମାଡ, ଯବାନଙ୍କ ସମେତ ୬ ଗୁରୁତର

ଶ୍ରୀନଗର,୫ ।୫: ଜମ୍ମୁ-କାଶ୍ମୀର ବଡଗାମ ଜିଲ୍ଲା ପାଖରପୋରା ଅଞ୍ଚଳରେ ସିଆରପିଏଫ୍ ଟିମ୍ ଉପରକୁ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ବର୍ତ୍ତମାନର ଖବର ମୁତାବକ ଏହି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ସମେତ ୬ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । କୁହାଯାଉଛି ଯେ, ସିଆରପିଏଫ୍ ଯବାନମାନେ ଯାଉଥିବା ବେଳେ ସେମାନଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ ଆତଙ୍କବାଦୀ । ଏହା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର୍ ହୋଇ ନିକଟସ୍ଥ ଗାଁରେ ଲୁଚିଥିବା ଜଣାପଡିଛି ।

Get real time updates directly on you device, subscribe now.