fbpx

ପ୍ରବଳ ବର୍ଷା ନେଇ ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ଖରା, ଗରମ ହେବା ସହ ସ୍ଥାନେ ସ୍ଥାନେ ର୍ବୋ ମଧ୍ୟ ହେଉଛି । ଏହାରି ମଧ୍ୟରେ ରାଜ୍ୟରେ ବଜ୍ରପାତ, ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହାସହ ୪୦ରୁ ୫୦କିମି ବେଗରେ ପବନ ବହିବା ନେଇ ଅନୁମାନ କରାଯାଇଛି । ତେଣୁ ରାଜ୍ୟର ୯ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ୱର, କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପୂର୍ବାନୁମାନ କରିଛି ।

Get real time updates directly on you device, subscribe now.