OSSC ପକ୍ଷରୁ ସୂଚନା: ଅଗଷ୍ଟ ୪ରେ ହେବ ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦର ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗ୍ରୁପ-ବି ଓ ଗ୍ରୁପ ସି ସ୍ପେଶାଲିଷ୍ଟ ପଦ/ସେବା-୨୦୨୩ର ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଅଗଷ୍ଟ ମାସ ୪ ତାରିଖ (ରବିବାର) ଦିନ ସିଜିଏଲଆରଇ-୨୦୨୪ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୦ଟି ସ୍ଥାନରେ ଓଏମଆର ମୋଡ଼ର ଏହି ପରୀକ୍ଷା କରାଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ସୂଚନା ଜାରି କରାଯାଇଛି ।

ମୋଟ ୧୫୦ ମାର୍କର ପରୀକ୍ଷା ହେବ ଓ ସେଥିରେ ୧୫୦ଟି ପ୍ରଶ୍ନପତ୍ର ରହିବ । ପ୍ରାର୍ଥୀଙ୍କୁ ଏଥିପାଇଁ ୨ ଘଣ୍ଟା ସମୟ ଦିଆଯିବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପ୍ରାର୍ଥୀମାନେ ଆସନ୍ତା ୨୫ ତାରିଖ ପରଠାରୁ ଓଏସଏସସି ୱେସାଇଟକୁ ଯାଇ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ମାସ ୨୬ ତାରିଖରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ଲେଗାଲ ମେଟ୍ରୋଲୋଜି ଇନ୍ସପେକ୍ଟର, ଜୁନିୟର କେମିଷ୍ଟ, ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ, ପରିସଂଖ୍ୟାନ ସହାୟକ, ମାର୍କେଟିଂ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ଓ କମ୍ପ୍ୟୁଟର ପ୍ରୋଗ୍ରାମର ଆଦି ପଦରେ ନିଯୁକ୍ତି ଦିଆଯିବ ।