fbpx
BSKY SKY
BSKY SKY

ଅକ୍ଟୋବର ମାସର ଆରମ୍ଭରୁ ମୋଦୀ ସରକାରଙ୍କ ଲାଗି ଆସିଲା ଭଲ ଖବର, ସେପ୍ଟେମ୍ବରରେ ଅଧିକ ୧୦ ପ୍ରତିଶତ ଜିଏସଟି ଆଦାୟ

BSKY

ନୂଆଦିଲ୍ଲୀ: ଅକ୍ଟୋବର ମାସର ପ୍ରଥମ ତାରିଖରୁ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଲାଗି ଆସିଛି ଭଲ ଖବର । ରବିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସେପ୍ଟେମ୍ବର ୨୦୨୩ ମାସର ଜିଏସଟି ଆଦାୟ ସଂପର୍କିତ ତଥ୍ୟ ଜାରି କରିଛନ୍ତି । ଏହି ତଥ୍ୟ ଅନୁସାରେ ଦେଶରେ ଜିଏସଟି ସଂଗ୍ରହ ବାର୍ଷିକ ଆଧାରରେ ୧୦ ପ୍ରତିଶତ ବୃଦ୍ଧି ସହିତ ୧.୬୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

ଚଳିତ ଆର୍ଥିକ ବର୍ଷରେ ଜିଏସଟି ଜରିଆରେ ଲଗାତର ସରକାରଙ୍କ ରାଜସ୍ୱ ଆଦାୟ ବୃଦ୍ଧି ପାଇବାରେ ଲାଗିଛି । ଏହା ଚଳିତ ବର୍ଷର ୪ର୍ଥ ମାସ ଯେତେବେଳେ କି ଜିଏସଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଉପରେ ରେକର୍ଡ କରାଯାିଛି । ମୋଟ ଜିଏସଟି ସଂଗ୍ରହ ୧,୬୨,୭୧୨କୋଟି ଟଙ୍କା ରହିଥିବା ବେଳେ ସେଣ୍ଟ୍ରାଲ ଜିଏସଟି ୨୯,୮୧୮କୋଟି, ରାଜ୍ୟ ଜିଏସଟି ୩୭, ୬୫୭କୋଟି ରହିଛି ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସଟି ସଂଗ୍ରହ ସମ୍ବନ୍ଧିତ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୨୦୨୩ରେ ଜିଏସଟି ସଂଗ୍ରହ ଗତ ବର୍ଷ ସମାନ ସମୟରେ ଆଦାୟ ୧.୪୭ ଲକ୍ଷ କୋଟି ଜିଏସଟିରୁ ୧୦ ପ୍ରତିଶତ ଅଧିକ ରହିଛି । ସେପ୍ଟେମ୍ବର ୨୦୨୩ରେ ସମାପ୍ତ ଆର୍ଥିକ ବର୍ଷ ୨୦୨୩-୨୪ ର ପ୍ରଥମ ଷଡମାସରେ ମୋଟ ଜିଏସଟି ସଂଗ୍ରହ ୯,୯୨,୫୦୮ କୋଟି ଟଙ୍କା ଥିଲା ଯାହା ଏକ ବର୍ଷ ପୂର୍ବେ ଏହି ଅବଧିରେ ରିପୋର୍ଟ କରାଯାଇଥିବା ୮,୯୩,୩୩୪ କୋଟି ଠାରୁ ୧୧ ପ୍ରତିଶତ ଅଧିକ ।

Get real time updates directly on you device, subscribe now.