fbpx

ଜୁନାଗଡ଼ରେ ଟ୍ରିପଲ ମର୍ଡର! ରାସ୍ତାକଡ଼ରୁ ୩ ଜଣଙ୍କ ମୃତଦେହ ଉଦ୍ଧାର

ଜୁନାଗଡ଼: ରକ୍ତରେ ଭିଜିଛି ଜୁନାଗଡ଼ ଅଞ୍ଚଳ । ରାସ୍ତାକଡ଼ରେ ଏକାସାଙ୍ଗରେ ୩ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି । ଏହି ଗାଁର ରାସ୍ତାକଡ଼ରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ଜାଣିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଜୁନାଗଡ଼ ପୋଲିସ । ଘଟଣାସ୍ଥଳରେ ପରିସ୍ତିତିକୁ ଲକ୍ଷ୍ୟ କରି ଏହା ଏକ ଟ୍ରିପଲ ମର୍ଡର ଘଟଣା ହୋଇ ଥାଇପରେ ବୋଲି ଆଶଙ୍କା କରାଯାଉଛି ।

ଜଣେ ମହିଳାଙ୍କ ସମେତ ଜଣେ ଶିଶୁ ଓ ଅନ୍ୟ ଜଣଙ୍କ ଶବ ରାସ୍ତା କଡ଼ରେ ପଡ଼ିଥିବା ବେଳେ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ । ତେବେ ୨ ବର୍ଷର ଶିଶୁଟି ମହିଳାଙ୍କ ପୁଅ ଏବଂ ଅନ୍ୟ ଜଣକ ତାଙ୍ ପଡ଼ୋଶୀ ବୋଲି ସୂଚନା ମିଳିଛି । ତେବେ ମୃତଦେହରେ କଟାଚିହ୍ନ ରହିଥିବା ବେଳେ ଶବ ନିକଟରୁ ଧାରୁଆ ଅସ୍ତ୍ର ଜବତ କରିଛି ପୋଲିସ । ତେଣୁ ଏହା ଏକ ହତ୍ୟା ଘଟଣା ହୋଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ସେପଟେ ମୃତ ମହିଳାଙ୍କ ସ୍ୱାମୀ ଗତ ୯ ବର୍ଷରୁ ଜେଲରେ ରହିଥିବା ବେଳେ ଏଭଳି ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ଖବର ପାଇ ଜୁନାଗଡ଼ ପୋଲିସ ଘଟଣାସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.