fbpx
BJD
BJD SKY
BJD SKY

ପଦକ ପରେ ପଦକ ବର୍ଷା: ପୁଣି ଭାରତ ଜିତିଲା ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଆଜି ଅଷ୍ଟମ ଦିନରେ ମଧ୍ୟ ତାହା ବଳବତ୍ତର ରହିଛି । ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତ କିଛି ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିବା ସହ ତା’ର ବିଜୟ ଯାତ୍ରା ଅବ୍ୟାହତ ରଖିଛି ।

ତେବେ ଏହା ମଧ୍ୟରେ ଭାରତ ପୁଣି ୩ଟି ପଦକ ଜିତିଛି । ଲଙ୍ଗ ଜମ୍ପରେ ଭାରତ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବର୍ଗରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି । ମୁରଲୀ ଶ୍ରୀଶଙ୍କର ଭାରତ ପାଇଁ ଲଙ୍ଗ ଜପରେ ଏହି ସଫଳତା ହାସଲ କରିଥିବା ବେଳେ ସେ ନିଜର ଚତୁର୍ଥ ପ୍ରୟାସରେ ୮.୧୯ ମିଟରର ପୋଡିୟମ ସମାପ୍ତ କରିଥିଲେ ।

ହାର୍ମିଲାନ ୧୫୦୦ ମିଟର ମହିଳା ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ ୧୫୦୦ ମିଟର ପୁରୁଷ ବିଭାଗରେ ଅଜୟ କୁମାର ଓ ଜିନ୍ସୋନ ଜନସନ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି । ହାର୍ମିଲାସ ରେସିଂକୁ ୪:୧୨:୭୪ ସମୟରେ ସମାପ୍ତ କରିଥିବା ବେଳେ ସରୋଜ ୩:୩୮:୯୪ ଓ ଜନସନ ୩:୩୯:୭୪ ସମୟ ନେଇଥିଲେ । ଏହାଫଳରେ ଚଳିତ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୯ରେ ପହଞ୍ଚିଛି । ଆଗକୁ ଏହି ପଦକ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇବ ।

Get real time updates directly on you device, subscribe now.