ନୂଆଦିଲ୍ଲୀ: ଜିଏସଟିକୁ ତର୍କସଙ୍ଗତ କରିବା ପାଇଁ ମନ୍ତ୍ରୀ ସମୁହଙ୍କ ଦ୍ୱାରା ଗଠିତ କମିଟି କୋଲ୍ଡଡ୍ରିଙ୍କ, ସିଗାରେଟ ଏବଂ ତମାଖୁ ଭଳି ହାନୀକାରକ ପଦାର୍ଥ ଉପରେ ଟାକ୍ସ ୨୮%ରୁ ବୃଦ୍ଧି କରି ୩୫% ବଢ଼ାଇବାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଦିନ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।
କମିଟି ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ଜିଏସଟି ପରିଷଦ ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ମନ୍ତ୍ରୀ ପରିଷଦଙ୍କ ପକ୍ଷରୁ ପାଖାପାଖି ୧୪୮ ଜିନିଷର ଜିଏସଟି ଉପରେ ଆଲୋଚନା ହେବ । ଏହାଦ୍ୱାରା ରାଜକୋଷ ସୁଦୃଢ଼ ହେବ ବୋଲି କହିଛନ୍ତି ମନ୍ତ୍ରୀ ପରିଷଦର ସଦସ୍ୟ । ଅଧିକାରୀଙ୍କ ମତରେ ସେମାନେ ୫, ୧୨,୧୮ ଏବଂ ୨୮%ର ୪ଟି ସ୍ତର ପ୍ରସୁତ କରାଯିବ । ଜିଓଏମ୍ ଦ୍ୱାରା ୩୫%ର ନୂଆ ଦର ପ୍ରସ୍ତାବିତ କରାଯାଇଛି । ଜିଓଏମ୍ ୧୫୦୦ ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଥିବା ରେଡିମେଡ୍ କପଡ଼ା ଉପରେ ୫% ଜିଏସଟି ଲଗାଯିବାର ପ୍ରସ୍ଥାବ ଦେଇଥିବାବେଳେ ୧୫୦୦ରୁ ୧୦ ହଜାର ପର୍ଯ୍ୟନ୍ତ ଡ୍ରେସ୍ରେ ୧୮% ଏବଂ ୧୦ ହଜାରରୁ ଅଧିକ ମୂଲ୍ୟର କପଡ଼ା ଉପରେ ୨୮% ଜିଏସଟି ଲଗାଯିବ । ଆସନ୍ତା ୨୧ରେ ଜିଏସଟି ପରିଷଦ ବୈଠକ ହେବ । ଯେଉଁଥିରେ ୧୪୦ରୁ ଅଧିକ ଜିନିଷ ଉପରେ ଜିଏସଟି ବୃଦ୍ଧି ନେଇ ଆଲୋଚନା ହେବ । ଏହାର ଅଧ୍ୟକ୍ଷତା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।