fbpx
BJD SKY
BJD SKY

ଲକ୍-ଡାଉନ୍ ପ୍ରଭାବ: ମୋବାଇଲ ଉପରେ ବଢିଲା ଜିଏସଟି ହାର

BJD

ଲକ୍-ଡାଉନ୍ ଯୋଗୁଁ ଲୋକମାନେ ଘରେ ବନ୍ଦୀ ରହିଥିବା ବେଳେ ବାଣିଜ୍ୟ ଓ ଶିଳ୍ପ କାରଖାନା ବନ୍ଦ ରହିଛି । ଏହାରି ମଧ୍ୟରେ ଏପ୍ରିଲ ୧ରୁ ଦେଶରେ ମୋବାଇଲ ଫୋନ୍ ଉପରେ ଲାଗିଥିବା ଜିଏସଟି ହାର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ କେନ୍ଦ୍ର ସରକାର ସାରା ଦେଶରେ ଲକ୍-ଡାଉନ୍ ଲାଗୁ କରିବାର କିଛି ଦିନ ପୂର୍ବରୁ ବୃଦ୍ଧିକୁ ନେଇ ଘୋଷଣା କରାଯାଇଥିଲା । ସେତେବେଳେ ଭାରତରେ ଏତେ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ଲାଗୁହେବ ବୋଲି କେହି ଭାବିନଥିଲେ ।

ମୋବାଇଲ ଫୋନରେ ଜିଏସଟି ହାର ବୃଦ୍ଧି ହେତୁ ବର୍ତ୍ତମାନ ଦିଲ୍ଲୀର ବଡ ମୋବାଇଲ ବ୍ୟବସାୟୀମାନେ ବିବ୍ରତ ଥିବା ଦେଖିବାକୁ ମିଳିଛି । ଏଣିକି ଲୋକମାନେ ମହଙ୍ଗା ଦରରେ ମୋବାଇଲ୍ କିଣିବାକୁ ବାଧ୍ୟ ହେବେ ।

Get real time updates directly on you device, subscribe now.