fbpx

GST ନିୟମ ବଦଳିଲା: କରଦାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଦେଶର କରଦାତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଦ୍ରବ୍ୟ ଓ ସେବା କର (ଜିଏସଟି) ସହ ଜଡ଼ିତ ଏକ ବଡ଼ ନିୟମ ପରିବର୍ତ୍ତିତ ହୋଇଛି । ଯୋଗାଣକାରୀଙ୍କ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଯେଉଁ କରଦାତାମାନେ ଜିଏସଟି ଦେୟ ଜମା କରିନଥିବେ ସେମାନଙ୍କୁ ଗତବର୍ଷ କରିଥିବା ଆଇଟିସି କ୍ଲେମକୁ ନଭେମ୍ବର ୩୦ ସୁଦ୍ଧା ଫେରାଇବାକୁ ପଡ଼ିବ । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଜିଏସଟି ନିୟମ ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଛି ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜିଏସଟି ନିୟମର ଧାରା ୩୭୧ଏରେ ପରିବର୍ତ୍ତନ କରାଯାଇଛି । ତେବେ ଏହି ପରିବର୍ତ୍ତନ ଦ୍ୱାରା କିଛି ବଛା ବଛା କ୍ଷେତ୍ରରେ ଫାଇଦା ମିଳିବ । ଏହା ଏକ ସମ୍ଭାବିତ ପରିବର୍ତ୍ତନ ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨୨ ପର୍ଯ୍ୟନ୍ତ ଏଥିରୁ କିଛି ଫାଇଦା ମିଳିବନି । ଏହି ନିୟମରେ ରହିଥିବା ନିର୍ଦ୍ଧାରିତ ସର୍ତ୍ତକୁ ବହୁତ କମ୍ ମାମଲା ପୂରଣ କରିପାରିବ ।

ଜିଏସଟି ଏକ ପରୋକ୍ଷ ଟ୍ୟାକ୍ସ ଅଟେ । ପରଚେଜ ଟ୍ୟାକ୍ସ, ଏକ୍ସାଇଜ ଡ୍ୟୁଟି ଓ କିଛି ପରୋକ୍ଷ ଟ୍ୟାକ୍ସକୁ ରିପ୍ଲେସ କରିବା ପାଇଁ ଗତ ୨୦୧୭ରେ ଏହାକୁ ଲାଗୁ କରାଯାଇଥିଲା । ପୂର୍ବରୁ ଦେଶରେ ଜିଏସଟି ରେଜିଷ୍ଟ୍ରେସନ ଲିମିଟ ୨୦ ଲକ୍ଷ ଟଙ୍କା ରହିଥିଲା । ଏବେ ଏହାକୁ ବଢ଼ାଇ ୪୦ ଲକ୍ଷ କରି ଦିଆଯାଇଛି । ଏଣିକି ୪୦ ଲକ୍ଷରୁ ଅଧିକ ଟଙ୍କାର କାରବାର କରୁଥିବା ବ୍ୟବସାୟୀଙ୍କୁ ଜିଏସଟି ରେଜିଷ୍ଟ୍ରେସନ କରାଇବା ଜରୁରୀ ଅଟେ ।

Get real time updates directly on you device, subscribe now.