fbpx
BSKY
BJD MC SKY
BJD MS SKY

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଟି-୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦିନିକିଆରେ ରୋହିତ ଶର୍ମା ଅଧିନାୟକ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଟି-୨୦ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବାବେଳେ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ ଦଳରେ ନେତୃତ୍ୱ ନେବେ। ମଙ୍ଗଳବାର ଭାରତୀୟ କ୍ରିକେଟ୍ କ୍ରିକେଟ୍ ବୋର୍ଡ(ବିସିସିଆଇ) ଏହା ଘୋଷଣା କରିଛି। ଘରୋଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ତିନୋଟି ଟି -୨୦ ମ୍ୟାଚ୍ ର ଏହି ସିରିଜ୍ ଜାନୁଆରୀ ୩ ରୁ ଆରମ୍ଭ ହେବ। ଜାନୁଆରୀ ୧୦ ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବେ।

ଯୁବ ଉଦୀୟମାନ ଖେଳାଳିଙ୍କୁ ଟି-୨୦ ଦଳରେ ସ୍ଥାନ ଦିଆଯାଇଛି। ନିକଟ ଅତୀତରେ ବିସ୍ଫୋରକ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ଉପ-ଅଧିନାୟକ କରାଯାଇଛି। ସେହିପରି ଦ୍ରୁତ ବୋଲର ଶିବମ ମାଭି ଏବଂ ମୁକେଶ କୁମାର ପ୍ରଥମ ଥର ପାଇଁ ଆଇପିଏଲରେ ଭଲ ପ୍ରଦର୍ଶନ ପରେ ଭାରତୀୟ ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।

ଭାରତୀୟ ଟି-୨୦ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଶନ, ରିତୁରାଜ ଗାଇକୱାଡ, ଶୁଭମାନ ଗିଲ, ଦୀପକ ହୁଡା, ରାହୁଲ ତ୍ରିପାଠୀ, ସଞ୍ଜୁ ସାମସନ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ହର୍ଶଲ ପଟେଲ, ଉମ୍ରାନ ମଲିକ, ଶିବମ ମାଭି ଏବଂ ମୁକେଶ କୁମାର।

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ଇଶାନ କିଶନ (ଉଇକେଟ ରକ୍ଷକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ , ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ।

Get real time updates directly on you device, subscribe now.