fbpx

ଶୁଭମନ୍ ଶାହାଙ୍କ ଧୁଆଁଧାର ଅର୍ଦ୍ଧଶତକ: ଲକ୍ଷ୍ନୌ ଆଗରେ ବିଜୟ ଲକ୍ଷ୍ୟ ୨୨୮

ନୂଆଦିଲ୍ଲୀ: ଆପିଏଲ୍ ୨୦୨୩ର ୫୧ ତମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଉଛି । ଅହମ୍ମଦାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଅଧିନାୟକ କୃନାଲ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛନ୍ତି । ଏହାପରେ ଗୁଜରାଟ ଟିମ୍ ୨ ଉଇକେଟ୍ ହରାଇ ୨୨୭ ରନ୍ ସ୍କୋର କରିଛି ।

ଗୁଜରାଟ ପାଇଁ ଓପନର ଶୁଭମନ ଗିଲ୍ ୫୧ ବଲ୍‌ରେ ୯୪ ରନ୍‌ର ସ୍କୋର କରିଥିଲେ । ସେହିପରି ଅନ୍ୟତମ ଓପନର ରିଦ୍ଧିମାନ ଶାହା ୪୩ ବଲ୍‌ରେ ୮୧ ରନ୍ ସ୍କୋର କରି ଆଉଟ୍ ହୋଇଥିଲେ । ଆଜି ଶାହା ଏବଂ ଶୁଭମନଙ୍କ ଯୋଡ଼ି ଲକ୍ଷ୍ନୌ ବୋଲରଙ୍କୁ ଆରମ୍ଭରୁ ନିଦ୍ଧୁମ ପ୍ରହାର କରିଥିଲେ ।

ଶାହା ମାତ୍ର ୨୦ ବଲ୍ ଏବଂ ଗିଲ୍ ୨୯ ବଲ୍‌ରେ ନିଜର ଅର୍ଦ୍ଧଶତକ ପୁରଣ କରିଥିଲେ । ଦୁହେଁ ମିଶି ସମସ୍ତ ଲକ୍ଷ୍ନୌ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ପ୍ରଥମ ଉଇକେଟ୍‌ରେ ୧୪୨ ରନ୍‌ର ପାର୍ଟନରସୀପ କରିଥିଲେ । ଲକ୍ଷ୍ନୌ ପାଇଁ ମୋହସିନ ଖାନ୍ ଏବଂ ଆଭେସ ଖାନ୍ ଗୋଟିଏ ଲେଖାଏଁ ଉଇକେଟ୍ ନେଇଥିଲେ ।

Get real time updates directly on you device, subscribe now.