fbpx
BJD
BJD SKY
BJD SKY

ପ୍ରତିଶୋଧ ନେଉଛି ସେନା: ୨ ଆତଙ୍କବାଦୀ ନିପାତ, ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ

BJD

ନୂଆଦିଲ୍ଲୀ: ଗତ ୫ ତାରିଖରେ ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳିକାଣ୍ଡ ଘଟି ଦୁଇ ଜଣ ଯବାନ ସହିଦ ହୋଇଥିଲେ । ଏଥିସହିତ ଏହି ଗୁଳିକଣ୍ଡରେ ସେନା ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ତେବେ ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ଆଉ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା । ଫଳରେ ମୋଟ ୫ ଜଣ ଯବାନ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ ।

କାଣ୍ଡି ଜଙ୍ଗଲରେ ଅପରେସନ ଚାଲିଥିବା ସମୟରେ ସେମାନଙ୍କ ଉପରକୁ କିଛି ଆତଙ୍କବାଦୀ ଅଚାନକ ଆକ୍ରମଣ କରିଦେଇଥିଲେ । ଜମ୍ମୁର ଟୋଟା ଗାଲି ଅଞ୍ଚଳରେ ସେନା ଟ୍ରକ ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କ ଅନୁସନ୍ଧାନ ପାଇଁ ଗୁଇନ୍ଦା ସୂଚନା ଆଧାରରେ ଏହି ସର୍ଚ୍ଚ ଅପରେସନ ଚାଲିଥିଲା । ତେବେ ଏହାପରେ ଆତଙ୍କବାଦୀଙ୍କ ଉପରେ ପ୍ରତିରୋଧ ନେଇଥିଲା ସେନା । ଗତ ୬ ତାରିଖରେ ରଜୌରୀ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

ଏହା ମଧ୍ୟରେ ସେନାକୁ ଆଉ ଏକ ବଡ଼ ସଫଳତା ମିଳିଛି । ରଜୌରୀରେ ଚାଲିଥିବା ‘ଅପରେସନ ତ୍ରିଶୂଳ’ରେ ଆଉ ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରାଯାଇଛି । ଦୁଇଜଣ ଆତଙ୍କବାଦୀ ଅଲଗା ଅଲଗା ଏନକାଉଣ୍ଟରେ ପ୍ରାଣ ହରାଇଛନ୍ତି । ଏହି ଅପରେସନର ସମୀକ୍ଷା ନେଇ ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜୌରୀ ଗସ୍ତ କରିଥିଲେ ।

ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ଗତ ମାସ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମରରେ ୧୦ ଜଣ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଓ ଜଣେ ଡ୍ରାଇଭର ପ୍ରାଣ ହରାଇଥିଲେ । ସେହିପରି ତା’ ପୂର୍ବରୁ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.