fbpx
BSKY
BJD MC SKY
BJD YOUTH SKY

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା: ଅଯୋଧ୍ୟାରେ ଅତିଥିଙ୍କୁ ମିଳିବ ଖାସ୍ ପ୍ରସାଦ, ଫଟୋ ଦେଖନ୍ତୁ

ନୂଆଦିଲ୍ଲୀ: ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ରାମଲଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠାକୁ ନେଇ ଅଯୋଧ୍ୟାର ଗଳିକନ୍ଦିରେ ଆଧ୍ୟାତ୍ମିକ ଅନୁଭୂତିର ଅଦ୍ଭୂତ ଅନୁଭବ ହେଉଛି । ଆସନ୍ତାକାଲି ହେବାକୁ ଥିବା ଦିବ୍ୟ ଉତ୍ସବ ପାଇଁ ଭବ୍ୟ ପ୍ରସ୍ତୁତି କରାଯାଇଛି । ତେବେ ସବୁଠାରୁ ଖୁସିର କଥା ହେଉଛି, ପ୍ରାଣ ପ୍ରତିଷ୍ଠା ସମାରୋହକୁ ନିମନ୍ତ୍ରିତ ହୋଇଥିବା ଅତିଥିଙ୍କୁ ଏକ ଖାସ୍ ପ୍ରସାଦ ମିଳିବ । ଏହା ପୂର୍ବରୁ ଅତିଥିଙ୍କ ପାଇଁ ଖାସ୍ ଉପହାରର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

ଅତିଥିମାନଙ୍କ ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ୧୫ ହଜାର ପ୍ରସାଦ ପ୍ୟାକେଟ୍ ପ୍ରସ୍ତୁତ କରାଯାଇଛି । ସମଗ୍ର ରାମ ନଗରୀ ଧାର୍ମିକ ମ୍ବରେ ଭରପୁର ହୋଇ ଉଠିଥିବା ବେଳେ ଏହି ଉତ୍ସବର ଧ୍ୱନି ସାରା ବିଶ୍ୱବାସୀଙ୍କ କର୍ଣ୍ଣରେ ଗୁଞ୍ଜରିତ ହେବ । ଏହା ମଧ୍ୟରେ ଅଯୋଧ୍ୟା ବିଶ୍ୱର ଅନ୍ୟତମ ପର୍ଯ୍ୟଟନ ହବ୍ ଭାବେ ପରିଣତ ହୋଇଛି । ଆଗାମୀ ଦିନରେ ଦୈନିକ ଅଯୋଧ୍ୟାକୁ ୩-୪ ଲକ୍ଷ ପର୍ଯ୍ୟଟକ ଆସିବା ନେଇ ଅନୁମାନ କରାଯାଇଛି ।

ତେବେ ଅତିଥିଙ୍କୁ ଦିଆଯିବାକୁ ଥିବା ଏହି ପ୍ରସାଦ ପ୍ୟାକେଟରେ ଶୁଷ୍କ ଫଳର ଲଡ଼ୁ, ଜାଗରୀ ରେୱାରୀ, ରାମଦାନେ ଚିକ୍କି, ଅକ୍ଷତ ଆଦି ରହିବ । ଅକ୍ଷତ ଓ ରୋହିଲକୁ ବିଶେଷ ଭାବେ ପ୍ୟାକିଂ କରାଯାଇଛି । ପ୍ରସାଦ ପ୍ୟାକେଟରେ ବିଶେଷ ଭାବେ ଭଗବାନ ବିଷ୍ଣୁଙ୍କ ପ୍ରିୟ ‘ତୁଲସୀ ଦଳ’ ମଧ୍ୟ ରହିବ । ଏହି ପ୍ୟାକେଟରେ ପ୍ରତିଷ୍ଠା ଉତ୍ସବର ଭବ୍ୟତାର ଝଲକ ଦେଖିବାକୁ ମିଳିବ । ଟ୍ରଷ୍ଟ ପକ୍ଷରୁ ୧୫ ହଜାର ଡବା ପ୍ରସ୍ତୁତ କରିବାକୁ ଅର୍ଡର ଦିଆଯାଇଥିଲା । ଏଥିସହିତ ଏହି ଡବାରେ ‘ରାମ ଦୀପ’ ମଧ୍ୟ ରହିବ । ତାହାକୁ ଲୋକମାନେ ରାମ ଜ୍ୟୋତି ଜଳାଇବା ପାଇଁ ବ୍ୟବହାର କରିପାରିବେ । ସେଥିରେ ରାମ ଜନ୍ମଭୂମିରେ ରାମଲଲାଙ୍କ ନୂତନ ପ୍ରତିମା ପ୍ରତିଷ୍ଠା ମହୋତ୍ସବ ଓ ପ୍ରସାଦମ ଅଯୋଧ୍ୟା ଧାମ ମଧ୍ୟ ଲେଖାଯାଇଛି ।

ayodhya ram mandir prasad

ayodhya ram mandir prasad

ayodhya ram mandir prasad

Get real time updates directly on you device, subscribe now.