fbpx

ଆଖିରେ ପଟି ବାନ୍ଧି କାହିଁକି ହୁଏ ପ୍ରାଣ ପ୍ରତିଷ୍ଠା? ଜାଣି ରଖନ୍ତୁ ଏହାର ପ୍ରକୃତ ରହସ୍ୟ

ଓଡ଼ିଶା ଭାସ୍କର: ଅଯୋଧ୍ୟା ରାମ ମନ୍ଦିରରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଏକ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ଦେଶର ପ୍ରତିଟି କୋଣରୁ ଜୟ ଶ୍ରୀରାମ ଧ୍ୱନି ଗୁଞ୍ଜରିତ ହୋଇ ଉଠିଛି । ଦୀର୍ଘ ୫୦୦ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଇ ପ୍ରଭୁ ଶ୍ରୀରାମଙ୍କ ସ୍ଥାପନା କରାଯାଉଛି । ଆସନ୍ତାକାଲି ପ୍ରାଣ ପ୍ରତିଷ୍ଠାର ଏହି ଶୁଭ ମୁହୂର୍ତ୍ତ ରହିଛି । ପ୍ରାଣ ପ୍ରତିଷ୍ଠା ସମୟରେ ସମସ୍ତ କାର୍ଯ୍ୟ ବିଧି ବିଧାନରେ କରାଯାଇଥାଏ । ଏହାବ୍ୟତୀତ ମୂର୍ତ୍ତି ପୂଜା ପୂର୍ବରୁ ଏଥିରେ ପ୍ରାଣ ପ୍ରତିଷ୍ଠା କରାଯାଏ ଏବଂ ଏହାପୂର୍ବରୁ ମୂର୍ତ୍ତିର ଆଖିରେ ଏକ ବସ୍ତ୍ର ବନ୍ଧାଯାଇଥାଏ । ଆସନ୍ତୁ ଜାଣିବା କାହିଁକି ଏଭଳି କରାଯାଏ ।

ଜାନୁୟାରୀ ୨୨ ତାରିଖ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଯେଉଁ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି, ବର୍ତ୍ତମାନ ସେଥିରେ ଏକ ପଟି ବନ୍ଧାଯାଇଛି । ତେବେ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଏବଂ ପୂଜା ସମ୍ପନ୍ନ ହେବା ପରେ ମୂର୍ତ୍ତିର ଆଖିରୁ ବସ୍ତ୍ରକୁ ହଟାଇ ଦିଆଯାଏ । ଏହାପରେ ମନ୍ଦିରରେ ବିଗ୍ରହଙ୍କୁ ରୀତିନୀତି ଅନୁସାରେ ପୂଜାପାଠ କରାଯାଏ ।

କାହିଁକି ବନ୍ଧାଯାଏ ବସ୍ତ୍ର?

ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରାଣ ପ୍ରତିଷ୍ଠା ସମୟରେ ମୂର୍ତ୍ତିର ଆଖିରେ ବସ୍ତ୍ର ବାନ୍ଧିବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ । ଏହି ସମୟରେ ପଣ୍ଡିତଙ୍କ ଦ୍ୱାରା ଶକ୍ତିଶାଳୀ ଶ୍ଳୋକ ଏବଂ ମନ୍ତ୍ର ଉଚ୍ଚାରଣ କରାଯାଏ ଏବଂ ପ୍ରାଣ ପ୍ରତିଷ୍ଠା ସମୟରେ ମୂର୍ତ୍ତିର ଅକେ ଅଧିବାସ କରାଯାଏ । ଏହାଦ୍ୱାରା ମୂର୍ତ୍ତିରେ ଏକ ଉଜ୍ଜ୍ୱଳ ପୁଞ୍ଜ ସ୍ଥାପିତ ହୋଇଯାଏ, ତେଣୁ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଗ୍ରହଙ୍କ ଆଖିରେ ବସ୍ତ୍ର ବନ୍ଧାଯାଏ ।

ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ସମୟରେ ଆଖିରେ ବସ୍ତ୍ର ବାନ୍ଧିବାର ପରମ୍ପରା ରହିଛି । ପ୍ରାଣ ପ୍ରତିଷ୍ଠା ପରେ ଦର୍ପଣ ସାମନାରେ ରଖି ବସ୍ତ୍ର ଖୋଲାଯାଏ । ବସ୍ତ୍ର ଖୋଲିବା ପରେ ମୂର୍ତ୍ତିର ଆଖିରେ ଅଦୃଶ୍ୟ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହା କୁବ ତୀବ୍ର ଗତିରେ ଉତ୍ପନ୍ନ ହୋଇଥାଏ । ଯଦି ଏହା ଜଣେ ବ୍ୟକ୍ତିଙ୍କ ସାମ୍ନାରେ ଆସେ, ତେବେ ଏହା ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେଣୁ, ଯେତେବେଳେ ପ୍ରତିମା ଆଖିରୁ କପଡା ଖୋଲାଯାଏ, ଏକ ଦର୍ପଣ ସାମ୍ନାରେ ରଖାଯାଏ । କେବଳ ଏତିକି ନୁହେଁ, ବେଳେବେଳେ ଗ୍ଲାସ ମଧ୍ୟ ଭାଙ୍ଗିଯାଏ । ଏବଂ ଗ୍ଲାସ ଭାଙ୍ଗିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

Get real time updates directly on you device, subscribe now.