fbpx
BSKY
BJD SHG SKY
BJD YOUTH SKY

(Video) ରାହୁଲଙ୍କ ଆଗରେ ଶୁଭିଲା ‘ଜୟ ଶ୍ରୀ ରାମ’, ‘ମୋଦୀ ମୋଦୀ’ ନାରା: ହଠାତ୍ ବସରୁ ଓହ୍ଲାଇ ଭିଡ଼ ଆଡ଼କୁ ମାଡ଼ିଗଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’ ଆଜି ଆସାମରେ ଯାତ୍ରା କରିଥିଲା । ତେବେ ରାଜ୍ୟର ସୋନିତପୁର ଜିଲ୍ଲାରେ ରାହୁଲଙ୍କ ବସ୍ ଆଗରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକମାନେ ହାତରେ ପତାକା ଧରି ‘ଜୟ ଶ୍ରୀ ରାମ’ ଓ ‘ମୋଦୀ ମୋଦୀ’ ନାରା ଦେଇଥିଲେ । ଏହି ଅବସରରେ ରାହୁଲ ବସରୁ ତଳକୁ ଓହ୍ଲାଇ ଭିଡ଼ ଭିତରକୁ ମାଡ଼ି ଯାଇଥିଲେ । ତାଙ୍କର ସୁରକ୍ଷାକର୍ମୀମାନେ ରାହୁଲଙ୍କୁ ବସକୁ ଫେରି ଯିବାକୁ କହିଥିଲେ ।

ତେବେ ରାହୁଲ ବସ ଭିତରେ ବସିଥିବା ସମୟରେ ଗହଳି ଭିତରୁ ‘ଜୟ ଶ୍ରୀ ରାମ’, ‘ମୋଦୀ ମୋଦୀ’ ନାରା ଶୁଣିବାକୁ ମିଳିଥିଲା । ଏହି ସମୟରେ ଧୀରସ୍ଥିର ଭାବେ ବସିଥିବା ରାହୁଲ ଅଚାନକ ବସରୁ ତଳକୁ ଓହ୍ଲାଇ ଭିଡ଼ ଭିତରକୁ ମାଡ଼ି ଯାଇଥିଲେ । ଏହି ଘଟଣାକୁ ନେଇ ରାହୁଲ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଥିବା ବେଳେ ବିଜେପି ନେତା ଅମିତ ମାଲବୀୟ ମଧ୍ୟ ଏକ ଭିଡିଓ ଶେୟାର କରିଛନ୍ତି ।

ସେହି ପୋଷ୍ଟରେ ଅମିତ ଲେଖିଛନ୍ତି, ରାହୁଲ ବସ ଭିତରେ ବସିଥିବା ବେଳେ ତାଙ୍କ ସାମ୍ନାରେ ଲୋକମାନେ ‘ଜୟ ଶ୍ରୀ ରାମ’, ‘ମୋଦୀ ମୋଦୀ’ ନାରା ଦେଇଥିଲେ । ଏହି ସମୟରେ ରାହୁଲ ନିଜର ଶାନ୍ତିଭାବ ହରାଇବା ସହ ଅଚାନକ ବସରୁ ତଳକୁ ଓହ୍ଲାଇ ପଡ଼ିଥିଲେ । ଏହି ସାମାନ୍ୟ ଘଟଣାରେ ରାହୁଲ ବହୁତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ । ତେବେ ଅଯୋଧ୍ୟାର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ନିମନ୍ତ୍ରଣକୁ ହିନ୍ଦୁ ବିରୋଧୀ କଂଗ୍ରେସ ଅସ୍ୱୀକାର କରିଥିବା ବେଳେ ଆଗାମୀ ଦିନରେ ଦେଶର ଲୋକଙ୍କୁ ରାହୁଲ କିପରି ସାମ୍ନା କରିବେ ବୋଲି ଅମିତ ପ୍ରଶ୍ନ କରିଥିଲେ । ସୋନିତପୁର ଜିଲ୍ଲାରେ ଏହି ଯାତ୍ରା ସମୟରେ ତାଙ୍କର କାରକୁ ଆକ୍ରମଣ କରାଯାଇଥିବା ନେଇ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ କରିବା ପରେ ଅମିତ ଏହି ଭିଡିଓ ଶେୟାର କରିଥିଲେ ।

Get real time updates directly on you device, subscribe now.