fbpx
BSKY SKY
BSKY SKY

ଭାରତକୁ ଚକମା ଦେବାକୁ ନୂଆ ଚାଲ୍ ଖେଳୁଛି ଇଂଲଣ୍ଡ: ଅଚାନକ ଦଳରେ ହେଲା ପରିବର୍ତ୍ତନ

BSKY

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ୨୫ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଉଭୟ ଦଳ ନିଜ ସ୍କ୍ୱାଡ ଘୋଷଣା କରି ସାରିଛନ୍ତି । କିନ୍ତୁ ସିରିଜ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି ଥିବା ବେଳେ ହଠାତ୍ ଦଳରେ ଇଂଲଣ୍ଡ ଏକ ନୂଆ ଚାଲ୍ ଖେଳିଛି । ଭାରତ ଆସିବା ପାଇଁ ଘୋଷଣା ହୋଇଥିବା ଦଳରେ ପରିବର୍ତ୍ତନ କରିଛି ଇଂଲଣ୍ଡ । ଅଚାନକ ଦଳରେ ଜଣେ ନୂଆ ଖେଳାଳିଙ୍କୁ ସାମିଲ କରିଥିବା ନେଇ ଘୋଷଣା କରିଛି ଟିମ ମ୍ୟାନେଜମେଣ୍ଟ ।

ଭାରତ ବିପକ୍ଷ ଟେଷ୍ଟ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡେନ୍ ଲରେନ୍ସଙ୍କୁ ସାମିଲ କରିଛି ଇଂଲଣ୍ଡ । ସିରିଜ ପାଇଁ ଦଳ ଘୋଷଣା ପରେ ଏଥିରୁ ନିଜ ନାଁ ଫେରାଇ ନେଇଥିଲେ ବ୍ରୁକ । ଏହାପରେ ଦଳ ଆଜି ଡେନ୍ ଲରେନ୍ସଙ୍କୁ ଦଳରେ ସାମିଲ କରିଛି । ଭାରତୀୟ ପିଚରେ ଖେଳିବାରେ ଲରେନ୍ସ ଇଂଲଣ୍ଡ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ୨୦୨୧ ମସିହା ଟେଷ୍ଟ ସିରିଜରେ ଦଳରେ ସ୍ଥାନ ପାଇଥିଲେ ଲରେନ୍ସ । ଏହି ସିରିଜର ୪ଟି ଟେଷ୍ଟ ମ୍ୟାଚରୁ ୨ଟି ମ୍ୟାଚରେ ସେ କେଳିବା ପାଇଁ ସୁଯୋଗ ପାଇଥିଲେ । ତେବେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୪୬ ଏବଂ ଦ୍ୱିତୀୟ ଇନିଂସରେ ୫୦ ରନର ଇନିଂସ ଖେଳିଥିଲେ ଲରେନ୍ସ ।

୨୦୨୧ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିତିବା ଲରେନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଟି ଟେଷ୍ଟ ମ୍ୟାଚ କେଳି ସାରିଥିବା ବେଳେ ୫୩.୮୬ ଷ୍ଟ୍ରାଇକ ରେଟରେ ୫୫୧ ରନ ସଂଗ୍ରହ କରିଛନ୍ତି । ତେବେ ଲରେନ୍ସ ଏହି ସମୟ ମଧ୍ୟରେ ୪ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ହେଉଛି ୯୧ ।

ଇଂଲଣ୍ଡର ପରିବର୍ତ୍ତିତ ଦଳ: ବେନ୍ ଷ୍ଟୋକ୍ସ(ଅଧିନାୟକ), ରେହାନ୍ ଅହମଦ, ଜେମ୍ସ ଆଣ୍ଡରସନ୍, ଗସ ଏଟକିନସନ, ଜନି ବେୟାରଷ୍ଟୋ, ଶୋଏବ ବଶୀର, ଡେନ୍ ଲରେନ୍ସ, ଜ୍ୟାକ କ୍ରଲି, ବେନ୍ ଡକେଟ, ବେନ୍ ଫକ୍ସ, ଟମ ହାର୍ଟଲେ, ଜ୍ୟାକ ଲିଚ୍, ଓଲି ପୋପ୍, ଓଲି ରବିନସନ, ଜୋ ରୁଟ ଏବଂ ମାର୍କ ଉଡ ।

Get real time updates directly on you device, subscribe now.