fbpx

ଗଣେଷ ପୂଜାକୁ ନେଇ ଜାରି ହେଲା ଗାଇଡଲାଇନ୍: ବଣ୍ଟାଯିବନି ଭୋଗ, ବିସର୍ଜନରେ ୨୦ରୁ ଅଧିକ ରହିବେନି ସାମିଲ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗଣେଷ ଚତୁର୍ଥୀ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ସରକାର ଗଣେଷ ପୂଜା ପାଇଁ ନିୟମକୁ କଡ଼ାକଡ଼ି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ସଭା ଓ ବିସର୍ଜନ ଉତ୍ସବରୁ ଭିଡ଼ ହଟାଇବା ପାଇଁ ନିୟମ ଆଣିଛନ୍ତି । ସେ ଭିଡ଼କୁ ଏଡାଇବା ପାଇଁ ପୂଜା ଦିନ ରାତି ୯ଟା ପରେ କର୍ଫ୍ୟୁ ଲଗାଯିବ । ବସବରାଜ ବୋମ୍ମଇ ସରକାର ନିୟମକୁ କଡ଼ାକଡ଼ି କରିବାକୁ ଯାଇ ନିର୍ଦ୍ଦେଶ ଦେଇଛନ୍ତି ଯେ, ଗଣେଶ ଉତ୍ସବ ଓ ବିସର୍ଜନରେ ୨୦ ଜଣରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ଏଥିସହିତ ଉତ୍ସବ ଦିନ ମାନଙ୍କରେ ରାତିରେ କର୍ଫ୍ୟୁ ଲାଗିବ ।

କର୍ଣ୍ଣାଟକ ସରକାର କହିଛନ୍ତି ଯେ, ମୁର୍ତ୍ତି ବିସର୍ଜନ ସମୟରେ ୨୦ରୁ ଅଧିକ ଜଣ ସାମିଲ ହୋଇପାରିବ ନାହିଁ । ରାତି ୯ଟା ପରେ କିଛି ବି ଉତ୍ସବ ମନାଯିବ ନାହିଁ । ଏଥିସହିତ ସରକାର ଅପିଲ୍ କରିଛନ୍ତି ଯେ, ପୂଜା ସମୟରେ ଶାନ୍ତି ବଜାୟ ରଖନ୍ତୁ ଏବଂ ନିୟମ ପାଳନ କରନ୍ତୁ ।

Get real time updates directly on you device, subscribe now.