fbpx

ଦଣ୍ଡନାଚ ନେଇ ଏହି ଜିଲ୍ଲାରେ ଲାଗିଲା କଟକଣା, ଜାଣନ୍ତୁ କେଉଁଠି

ଗଞ୍ଜାମ, ୩ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀର ସଂକ୍ରମଣ କ୍ରମାଗତ ଭାବେ ବଢ଼ି ଚାଲିଛି । ଗଞ୍ଜାମ ଜିଲ୍ଲାରେ ଅଧିକ ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କଟକଣା ଲାଗୁ କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଦଣ୍ଡନାଚ ସମୟରେ ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଏଥିସହ ଦଣ୍ଡନାଚରେ ୨୫ରୁ ଅଧିକ ଲୋକଙ୍କୁ ଅନୁମତି ଦିଆଯିବ ନାହିଁ । ଦୋକାନୀମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଏତଦବ୍ୟତୀତ ମାଆ ତାରା ତାରିଣୀ ଯାତ୍ରା ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Get real time updates directly on you device, subscribe now.