fbpx

କରୋନା ଭାଇରସ୍, ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି- ଏସଏଲବିସିକୁ ରାଜ୍ୟ ଅର୍ଥ ବିଭାଗ କରୋନା ନେଇ ଚିଠି ଲେଖିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି ହୋଇଛି । ଏଟିଏମରେ ଯଥେଷ୍ଟ ପରିମାଣର ଟଙ୍କା ଗଚ୍ଛିତ ରଖିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବ୍ୟାଙ୍କରେ ଭିଡ଼ କମାଇବାକୁ ଅଧିକ କାଉଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଏହାସହ ଏଟିଏମ୍ ଭିତରକୁ ଜଣଙ୍କ ପରେ ଜଣେ ଛାଡ଼ିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଟଙ୍କା ଉଠାଇବା ପରେ ସାନିଟାଇଜରରେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ଏତତ୍ ବ୍ୟତୀତ ଏଟିଏମ କାଉଣ୍ଟର ଗୁଡ଼ିକୁ ସ୍ୱଚ୍ଛତା ଓ ପରିଶୁଦ୍ଧ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଟିଏମରେ ସ୍ୱଚ୍ଛତା ଓ ପରିଶୁଦ୍ଧତା ଯାଞ୍ଚ କରିବେ ଓସଡ଼ମା ସ୍ୱେଚ୍ଛାସେବୀ । ଅଫିସ ସମୟରେ ବ୍ୟାଙ୍କ କର୍ମଚାରୀ ମାସ୍କ ବ୍ୟବହାର କରିବେ । ଏହାସହ କରୋନା ସଚେତନତା ବାର୍ତ୍ତା ପୋଷ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯିବା ନେଇ କୁହାଯାଇଛି । ବ୍ୟାଙ୍କକୁ ଆସୁଥିବା ଲୋକଙ୍କୁ ସଚେତନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହି ନିୟମ ସବୁ ପାଳନ ନକରିଲେ ବ୍ୟାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.