fbpx
BSKY
BJD SHG SKY
BJD YOUTH SKY

ଫେବ୍ରୁଆରୀ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ ରହିଛି କଟକଣା?

ନୂଆଦିଲ୍ଲୀ,୨୭ ।୧: କରୋନା କାଳରେ ଫେବ୍ରୁଆରୀ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ଗାଇଡଲାଇନ୍ ଫେବ୍ରୁଆରୀ ୨୮ ତାରିଖ ଯାଏଁ ଲାଗୁ ହେବ । ଜାନୁଆରୀ ଭଳି ଫେବ୍ରୁଆରୀ କଟକଣାରେ ବିଶେଷ ଫରକ୍ ନାହିଁ । ଆବଶ୍ୟକ ହେଲେ ସତର୍କତାର ସହ ଅଳ୍ପ ଜାଗାରେ କଣ୍ଟେନମେଣ୍ଟ ହେବ । ପୂର୍ବଭଳି ମାସ୍କ, ସାମାଜିକ ଦୂରତା, ସାନିଟାଇଜର ଜାରି ରହିବ । ୫୦% ସିଟ୍ ଅନୁମତି ଥିବା ସିନେମା ହଲ୍ ଦର୍ଶକ ସଂଖ୍ୟା ବଢାଇପାରିବେ । ସିନେମା ହଲ୍ ଦର୍ଶକ ସଂଖ୍ୟା ବୃଦ୍ଧି ନେଇ ସାନି ଏସଓପି ଆସିବ ।

ସୁଇମିଂ ପୁଲ ସଂକ୍ରାନ୍ତରେ ଆସିଛି ନୂଆ ମାର୍ଗଦର୍ଶିକା । ଏବେ ସୁଇମିଂ ପୁଲ୍ ବ୍ୟବହାର ନେଇ କୌଣସି କଟକଣା ନାହିଁ । ସେନେଇ ଖୁବଶୀଘ୍ର ଏସଓପି ଆସିବ । ସମସ୍ତ ପ୍ରକାର ପ୍ରଦର୍ଶନୀ କଟକଣା ମୁକ୍ତ ହୋଇଛି । ପ୍ରଦର୍ଶନୀ ପାଇଁ ମଧ୍ୟ ଏସଓପି ଜାରି ହେବ । ଅନ୍ତର୍ଜାତୟ ବିମାନ ଉଡାଣ ନେଇ ନୂଆ ନିଷ୍ପତ୍ତି ଆସିପାରେ ।

Get real time updates directly on you device, subscribe now.