fbpx

୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷ ପାଇଁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ଘୋଷଣା ହୋଇଛି । କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର । ଓଡିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ହେଉଛି ଅତିବଡୀ ପୁରସ୍କାର । ଅତିବଡୀ ସହ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ୱତ ସାଧକଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଦେବନ୍ଦ୍ରେ ଦାଶ, ଗିରିଜା ଶର୍ମା, ଅଶୋକ ପଟ୍ଟନାୟକ, ବାବାଜୀ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ୱରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକ, ମହେଶ୍ୱର ମୂଳିଆଙ୍କୁ ସମ୍ବର୍ଦ୍ଧିତ ହେବେ ।

Get real time updates directly on you device, subscribe now.