fbpx

ସ୍ୱାଧୀନତା ଦିବସ ପାଇଁ ଆସିଲା ଗାଇଡଲାଇନ୍

ଭୁବନେଶ୍ୱର,୧୧ ।୮(ଓଡିଶା ଭାସ୍କର): ସ୍ୱାଧୀନତା ଦିବସ ପାଇଁ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳ ଓ ଏପସିଙ୍କୁ ଏନେଇ ଚିଠି ଲେଖିଛି ଗୃହ ବିଭାଗ । ଗାଇଡଲାଇନ୍ ଅନୁସାରେ, ସକାଳ ୯ଟାରେ ହେବ ପତାକା ଉତ୍ତୋଳନ । କୌଣସି ପରେଡ କିମ୍ବା ମାର୍ଚପୋଷ୍ଟ ହେବ ନାହିଁ । ଅଳ୍ପସଂଖ୍ୟକ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ । କାର୍ଯ୍ୟକର୍ମରେ ସାଧାରଣ ଜନତା ଅଂଶଗ୍ରହଣ କରିପାରିବେ ନାହିଁ । ସର୍ବାଧିକ ୫୦ରୁ ୭୫ ଜଣ ଅତିଥି ଭାଗ ନେଇପାରିବେ । ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ ଜଣ କୋଭିଡ ଯୋଦ୍ଧା ସାମିଲ ହେବେ । କୋଭିଡ ନିୟମ ମାନି ସମସ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାସ୍କ, ସାମାଜିକ ଦୂରତା ଭଳି ନିୟମ କଡାକଡି ପାଳନ ହେବ ।

Get real time updates directly on you device, subscribe now.