fbpx

ରାମନବମୀ ପାଇଁ ସରକାର ଜାରି କଲେ ନୂଆ କଟକଣା: ଏହି ଜାଗାରେ ମାଂସ ବିକ୍ରି ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଆସୁଛି ହିନ୍ଦୁମାନଙ୍କର ବୃହତ ପର୍ବ ରାମନବମୀ । ଏହାକୁ ନେଇ ସବୁଆଡେ ଆନନ୍ଦ ଉଲ୍ଲାସ ଭରିଯାଇଛି । ତେବେ ରାମନବମୀ ପାଇଁ ଅନେକ ସ୍ଥାନରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ଏହା ମଧ୍ୟରେ ପୂଜାକୁ ନେଇ ଆଦେଶ ଜାରି କରିଛନ୍ତି ବୃହତ ବାଙ୍ଗାଲୋର ମହାନଗର ପାଳିକା(ବିବିଏମପି) । ରାମନବମୀ ଦିନ ମହାନଗର ପାଳିକା ଅଞ୍ଚଳର ସମସ୍ତ ମାଂସ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାମନବମୀ ସମୟରେ ଦିଲ୍ଲୀ ସମେତ ଅନେକ ସହରରେ ମାଂସ ଦେକାନ ବନ୍ଦ ରଖିବାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ନିଷ୍ପତ୍ତି ଠିକ କି ଭୁଲ ସେ ନେଇ ପ୍ରଶ୍ନ ଉଠିଛି । ତେବେ ଏହି ସମୟରେ ସମଗ୍ର ଦେଶର ସମସ୍ତ ମାଂସ ଦୋକାନକୁ ବନ୍ଦ ରଖିବା ଉଚିତ ବୋଲି କହିଛନ୍ତି ବିଜେପି ସାଂସଦ ପରବେଶ ସାହିବ ସିଂହ ବର୍ମା । ବେଙ୍ଗଲୁରୁ ପୂର୍ବରୁ ଦକ୍ଷିଣ ଦିଲ୍ଲୀ ନଗର ନିୟମ(ଏସଡିଏମସି) ଏବଂ ପୂର୍ବ ଦିଲ୍ଲୀ ନଗର ନିୟମ(ଇଡିଏମସି)ର ମେୟର ନିଜ ନିଜ ଅଞ୍ଚଳରେ ମାଂସ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ତେବେ ଉଭୟ ସ୍ଥାନରେ ଏ ନେଇ କୌଣସି ଆଦେଶ ଜାରି ହୋଇନାହିଁ ।

Get real time updates directly on you device, subscribe now.