fbpx

କରୋନ ପ୍ରଭାବ: ସାମାଜିକ ଦୂରତା ପାଇଁ ଗାଇଡଲାଇନ୍ ଜାରି

ଭୁବନେଶ୍ୱର,୧୭ ।୩(ଓଡିଶା ଭାସ୍କର): କରୋନା ଭାଇରସ୍ ବା କୋଭିଡ-୧୯ ସତର୍କତା ପାଇଁ ସାମାଜିକ ଦୂରତା ଗାଇଡଲାଇନ୍ ଜାରି ହୋଇଛି । ଏହି ଗାଇଡଲାଇନ୍ ଅନୁସାରେ, ଆହାର କେନ୍ଦ୍ର, ଓମଫେଡ ବୁଥ, କ୍ୟାଣ୍ଟିନରେ ହାତ ଧୋଇବା ବାଧ୍ୟତାମୂଳକ । ବୟସ୍କ ଉପଭୋକ୍ତାଙ୍କ ଘରେ ପିଡିଏସ ସାମଗ୍ରୀ ପହଞ୍ଚାଯିବ । ବସ୍, ଟାକ୍ସି, ଅଟୋର ସିଟ ଓ ସାଇଡ ବାରକୁ ବାରମ୍ବାର ସଫା କରାଯିବ । ବସରେ ପ୍ରତ୍ୟେକ ଯାତ୍ରୀ ୧ ମିଟର ଦୂରତା ମଧ୍ୟରେ ବସିବେ । ବ୍ୟାଙ୍କ , ଏଟିଏମ, ପୋଷ୍ଟ ଅଫିସରେ ସାନିଟାଇଜର ରହିବ । ଧାର୍ମିକ ସ୍ଥଳରେ ପରସ୍ପର ଭିତରେ ୧ ମିଟର ଦୂରତା ରଖିବେ ଶ୍ରଦ୍ଧାଳୁ ।

Get real time updates directly on you device, subscribe now.