fbpx

କରୋନା ପାଇଁ ବିଧାନସଭା ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର, ୧୭ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ବିଧାନସଭା ଭିତରକୁ ପ୍ରବେଶ ଉପରେ କଟକଣା ଲାଗୁ ହୋଇଛି । ସାଧାରଣ ଲୋକ ବିଧାନସଭା ଭିତରକୁ ପ୍ରବେଶକୁ ବାରଣ କରାଯାଇଛି । ଯଦି ଯିବେ ବିଧାନସଭା ସଚିବଙ୍କ ଅନୁମତି ନେଇ ଯିବେ । ବିଧାନସଭା କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଚାମ୍ବରକୁ ଯାଇପାରିବେନି । ଏହାସହ ବାରମ୍ବାର ହାତ ଓ ଗୋଡ଼ ଭଲ ଭାବେ ଧୋଇବେ । ବିଧାୟକ, ମନ୍ତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲାଗୁ ହୋଇନାହିଁ । କଟକଣା ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । କରୋନା ଭୂତାଣୁ ସତର୍କତା ନେଇ ଏହିପରି ପଦକ୍ଷେପ ନିଆଯାଇଛି ।

ଉଲ୍ଲେଖଯୋଗ୍ୟ ଯେ କରୋନାରେ ସାରା ବିଶ୍ୱରେ ୭୦୦୦ରୁ ଉଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୩ଜଣ ଭାରତୀୟ ଥିବା ବେଳେ ୨୨ଜଣ ବିଦେଶୀ ନାଗରିକ ରହିଛନ୍ତି । ଏହାସହ ବର୍ତ୍ତମାନ ସୁଦ୍ଧା ଭାରତରେ କରୋନାରେ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.