fbpx

ସେପ୍ଟେମ୍ବର ମାସ ପାଇଁ କଣ ରହିଛି ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ, ଜାଣନ୍ତୁ

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ଅନଲକ ୪ ଓ ସେପ୍ଟେମ୍ବର ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି । କରୋନା ମୁକାବିଲା ନେଇ ନିୟମାବଳୀ ଜାରି ହୋଇଛି । ଅବରୋଧ ଅଞ୍ଚଳରେ ସେପ୍ଟେମ୍ବର ୩୦ ଯାଏଁ ଲକଡାଉନ ରହିବ । ଅବରୋଧ ଅଞ୍ଚଳରେ ଜରୁରୀ ସେବା ପାଇଁ ଅନୁମତି ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ଲକଡାୁନ ଜାରି କରିପାରିବେ ନାହିଁ । ଏହାସହ ସେପ୍ଟେମ୍ବର ୩୦ ଯାଏଁ ଧର୍ମାନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ, ଥିଏଟର, ଅଡ଼ିଟୋରିୟମ ସବୁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସେପ୍ଟେମ୍ବର ୨୧ ପରେ ଓପନ ଏୟାର ଥିଏଟର ଖୋଲିବ । ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ , ପୂଜା ଛୁଟି ଯାଏଁ ବନ୍ଦ ରହିବ । କିନ୍ତୁ ପରୀକ୍ଷା, ମୂଲ୍ୟାଙ୍କନ ଓ ଅନ୍ୟ ପ୍ରଶାସନିକ କାର୍ଯ୍ୟକଳାପ ଜାରି ରହିବ । ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ।

ଏହାସହ ବିବାହ ଉତ୍ସବରେ ୫୦ ଓ ଅନ୍ତିମ ସଂସ୍କାରରେ ୨୦ଜଣ ସାମିଲକୁ ଅନୁମତି ମିଳିଛି । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଯାତାୟାତରେ ପ୍ରତିବନ୍ଧକ ନାହିଁ । ଆସନ୍ତାକାଲିଠାରୁ ପାସେଞ୍ଜର ବସ ଚାଲିବ । ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଘରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ଗାଇଡ଼ଲାଇନରେ ରାତ୍ରୀ କାଳିନ କର୍ଫ୍ୟୁ ଉପରେ କୌଣସି ସୂଚନା ଦିଆଯାଇ ନାହିଁ । ସେହିପରି ଶନିବାର ଓ ରବିବାର ସଟଡ଼ାଉନକୁ ମଧ୍ୟ ହଟେଇ ଦିଆଯାଇଛି ।

Get real time updates directly on you device, subscribe now.