fbpx

ଆଇସିୟୁରେ ମନଇଚ୍ଛା ଆଡମିଶନ୍ ଉପରେ ଲାଗିବ ରୋକ୍

ଭୁବନେଶ୍ୱର: ଏଣିକି ଆଇସିୟୁରେ ମନଇଚ୍ଛା ଆଡମିଶନ୍ ଉପରେ ଲାଗିବ ରୋକ୍ । କେବଳ ଗୁରୁତର ରୋଗୀଙ୍କୁ ଆଡମିଶନ୍ କରାଯିବ ଏବଂ ଆସିୟୁରେ ଚିକିତ୍ସାଧୀନ ରୋଗୀଙ୍କୁ ଡିସଚାର୍ଜ କରିବା ସମୟରେ ଧାର୍ଯ୍ୟ ନିୟମର ପାଳନ କରିବା ଜରୁରୀ ହେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଉକ୍ତ ମାର୍ଗଦର୍ଶିକା ଅନୁଯାୟୀ ଆଇସିୟୁରେ ଆଡମିଶନ୍ କରିବା ପୂର୍ବରୁ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କିତ ସମସ୍ତ ବିବରଣୀ ରେକର୍ଡ଼ କରାଯିବ । କେଉଁ ପରିସ୍ଥିତିରେ ରୋଗୀ ଜଣଙ୍କୁ ଆଇସିୟୁରେ ଆଡମିଶନ୍ କରାଗଲା, ତାହାର କାରଣ ସମ୍ପୃକ୍ତ ଡ଼ାକ୍ତର ଲେଖିବେ । ଡ଼ାକ୍ତରଙ୍କ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ଏହି ମାର୍ଗଦର୍ଶିକା ଆଇସିୟୁ ଶଯ୍ୟା ଅଭାବ ଦୂର କରିବାରେ ସହାୟକ ହେବ ବୋଲି କୁହାଯାଇଛି ।

ଅପରପକ୍ଷେ ମନଇଚ୍ଛା ଆଇସିୟୁରେ ଆଡମିଶନ୍ କରି ଅନେକ ଘରୋଇ ଡ଼ାକ୍ତରଖାନା ଅର୍ଥ ଶୋଷଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । କ୍ରିଟିକାଲ ମେଡ଼ିିସିନର ୨୪ ଜଣ ଅଭିଜ୍ଞ ଡ଼ାକ୍ତରଙ୍କୁ ନେଇ ପ୍ରସ୍ତୁତ ହୋଇଥିବା ଏହି ମାର୍ଗଦର୍ଶିକା ଓଡ଼ିଶାରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ପୂର୍ବରୁ ବିଭିନ୍ନ ଦେଶରେ ଆଇସିୟୁ ଚିକିତ୍ସା ପାଇଁ ମାର୍ଗଦର୍ଶିକା ରହିଥିବା ବେଳେ ପ୍ରଥମଥର ପାଇଁ ଭାରତରେ ଏପରି ନିୟମ ଲାଗୁ କରାଯିବ ।

Get real time updates directly on you device, subscribe now.