fbpx

ଅନଲକ ୫ର ଗାଇଡଲାଇନ୍ ନଭେମ୍ବର ୩୦ ଯାଏଁ ବଳବତ୍ତର

ନୂଆଦିଲ୍ଲୀ,୨୭ ।୧୦: ଦେଶରେ ଆଉ ମାସେ ବଢିଛି କରୋନା କଟକଣା ଅବଧି । କରୋନା ପାଇଁ ଦେଶରେ ରି-ଓପନିଂ ନିୟମାବଳୀର ଅବଧି ବୃଦ୍ଧି ହୋଇଛି । ଅନଲକ୍ ୫ର ଗାଇଡଲାଇନ୍ ନଭେମ୍ବର ୩୦ ଯାଏଁ ବଳବତ୍ତର ରହିବ ବୋଲି ଆଜି ନିର୍ଦ୍ଦେଶାବଳୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ସେପ୍ଟେମ୍ବରରେ ଜାରି ହୋଇଥିବା ନିୟମାବଳୀ ନଭେମ୍ବରରେ ବଳବତ୍ତର ରହିବ । ଅବରୋଧ ଅଞ୍ଚଳରେ ନଭେମ୍ବର ୩୦ ଯାଏଁ ଲକଡାଉନ୍ ବଳବତ୍ତର ରହିବ । କଣ୍ଟେନମେଣ୍ଟ ଜୋନର ସୀମା ନିଦ୍ଧାରଣ କରିବ ଜିଲ୍ଲା ପ୍ରଶାସନ । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ଗତିବିଧି ବନ୍ଦ ରହିବ ।

 

ସାମାଜିକ, ରାଜନୈତିକ, ଧାର୍ମିକ ଓ ସାଂସ୍କୃତିକ ସଭା ହୋଇପାରିବ । ଆବଦ୍ଧ ସ୍ଥାନରେ କ୍ଷମତାର ଅଧା ଲୋକଙ୍କୁ ନେଇ ସଭା ହୋଇପାରିବ । କୌଣସି ପରିସ୍ଥିତିରେ ୨ ଶହରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ସବୁ ସ୍ଥାନରେ କରୋନା ନିୟମ ମାନିବା ବାଧ୍ୟତାମୂଳକ । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଗମନାଗମନ ଉପରେ କୌଣସି କଟକଣା ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।

Get real time updates directly on you device, subscribe now.