fbpx

ଅଲ କାଏଦା ଆତଙ୍କବାଦୀ ଗିରଫ, ନକଲି ପ୍ରମାଣପତ୍ର ଦେଖାଇ ୮ ବର୍ଷ ହେବ ସୁରଟରେ ରହି ଆସୁଥିଲା

Advertisement

ସୁରଟ: ଗୁଜରାଟର ସୁରଟରୁ କ୍ରାଇମ୍ ବ୍ରାଞ୍ଚ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ଜଣେ ଆତଙ୍କବାଦୀକୁ ଗିରଫ କରିବାରେ ସଫଳ ହୋଇଛି । ଧରାପଡିଥିବା ଏହି ଆତଙ୍କବାଦୀ ବାଙ୍ଗଲାଦେଶର ନାଗରିକ । ଏହି ଆତଙ୍କବାଦୀ ଗତ ପ୍ରାୟ ୮ ବର୍ଷ ହେବ ନକଲି ପ୍ରମାଣପତ୍ର ଦେଇ ଭାରତରେ ରହି ଆସୁଥିଲା । ଏନଆଇଏ ସହିତ ବହୁ ସୁରକ୍ଷା ସଂସ୍ଥା ଏହି ଆତଙ୍କବାଦୀର ସନ୍ଧାନରେ ଥିଲେ ।

ପୋଲିସ ପକ୍ଷରୁ ଜାରି କରାଯାଇଥିବା ଏକ ଅଧିକାରୀକ ବୟାନରେ କୁହାଯାଇଛି କି ସୁରଟ କ୍ରାଇମ୍ ବ୍ରାଞ୍ଚ ଶୁକ୍ରବାର ଆତଙ୍କବାଦୀ ସଂଗଠନ ଅଲ୍ କାଏଦା ସହ ସମ୍ବନ୍ଧ ରଖିଥିବା ଜଣେ ବାଙ୍ଗଲାଦେଶୀ ନାଗରିକକୁ ଗିରଫ କରିଛି । ଏହି ଆତଙ୍କବାଦୀର ନାମ ଅବୁ ବକର ବୋଲି ଜଣାପଡିଛି । ପୋଲିସର କହିବା ଅନୁସାରେ ଅବୁ ବକର ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ ଏନଆଇଏର ଯାଞ୍ଚରେ ବି ୱାଣ୍ଟେଡ ଥିଲା ।

ଯାଞ୍ଚ ସମୟରେ ଏହି ଆତଙ୍କବାଦୀ କହିଛି କି ଏବେ ସେ ନିଜ ନାମ ବଦଳାଇ ଦେଇଛି ଓ ୨୦୧୫ରୁ ଅହମ୍ମଦାବାଦରେ ରହି ଆସୁଛି । ପୋଲିସ କହିଛି ସେ ଅବୈଧ ରୂପରେ ଭାରତ ଆସିଛି ଓ ନକଲି ଆଧାର କାର୍ଡ ତିଆରି କରିଛି । ଏହି ମାମଲାରେ ଅଧିକ ଯାଞ୍ଚ ଜାରି ରହିଛି । ଏଠାରେ ସୂଚାଇ ଦିଆଯାଇପାରେ କି ଚଳିତ ବର୍ଷ ମେ’ ମାସରେ ମଧ୍ୟ ଗୁଜରାଟ ଏଟିଏସ ଅହମ୍ମଦାବାଦରୁ ଆତଙ୍କବାଦୀ ସଂଗଠନ ଅଲ କାଏଦା ସହ ସଂପର୍କ ରଖିଥିବା ୪ ଜଣ ବାଙ୍ଗଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.