fbpx

ସରକାରୀ ପେନ୍ସନ୍ ପାଇବା ହେବ ସହଜ : ଘରେ ବସି ଜମା କରି ପାରିବେ ‘ଜୀବନ ପ୍ରମାଣପତ୍ର’

Advertisement

ସରକାରୀ ପେନ୍ସନ୍ ପାଉଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ପେନ୍‌ସନ୍ ଉପଭୋକ୍ତାଙ୍କ ପାଇଁ କେନ୍ଦ୍ର ସରକାର ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଅନ୍ୟପଟେ ସରକାରୀ କର୍ମଚାରୀମାନେ ମଧ୍ୟ ବର୍ଷକୁ ଥରେ ସେମାନଙ୍କ ‘ଜୀବନ ପ୍ରମାଣପତ୍ର’ ବ୍ୟାଙ୍କରେ ଜମା କରିବାକୁ ପଡେ, ଏହା କରିବା ଦ୍ୱାରା ବ୍ୟକ୍ତିମାନେ ଠିକ ସମୟରେ ସେମାନଙ୍କ ପେନ୍ସନ୍ ପାଆନ୍ତି । ବର୍ତ୍ତମାନ ଆପଣ ଏହାକୁ ଡିଜିଟାଲ୍ ମାଧ୍ୟମରେ ଜମା କରିପାରିବେ, ଆପଣ ଘରେ ବସି ଏହି କାର୍ଯ୍ୟକୁ ସଂପୂର୍ଣ୍ଣ କରିପାରିବେ ଏବଂ ‘ଡୋର ଷ୍ଟେପ’ ବ୍ୟାଙ୍କିଙ୍ଗ ସମାଧାନର ଲାଭ ପାଇପାରିବେ ।

ପେନସନ ଉପଭୋକ୍ତା ମାନଙ୍କର ବୟସ ୮୦ ବର୍ଷ କିମ୍ବା ତା’ଠାରୁ ଅଧିକ ଅଟେ । ସେମାନଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଅକ୍ଟୋବର ୧ ୨୦୨୩ ରୁ ନଭେମ୍ବର ୩୦ ୨୦୨୩ ପର‌୍ୟ୍ୟନ୍ତ ସମୟ ଦିଆଯାଇଛି । ୬୦ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ମଧ୍ୟ ନଭେମ୍ବର ୧ ରୁ ନଭେମ୍ବର ୩୦ ପର‌୍ୟ୍ୟନ୍ତ ଜମା କରିବାର ସମୟ ଧାର୍ଯ୍ୟ କରାଯାଇଛି । ଉଭୟ ମାମଲାର ଶେଷ ତାରିଖ ନଭେମ୍ବର ୩୦ ରହିଛି ।

ଜୀବନ ସାର୍ଟିଫିକେଟ ବାସ୍ତବରେ ଏକ ବାୟୋମେଟ୍ରିକ ଡିଜିଟାଲ ସେବା ଅଟେ । ଏହା କେନ୍ଦ୍ର, ରାଜ୍ୟ ସରକାରଙ୍କ ତଥା ଅନ୍ୟାନ୍ୟ ସରକାରୀ ସଂଗଠନର କର୍ମଚାରୀଙ୍କୁ ପେନ୍ସନ ଯୋଗାଇବାରେ ସାହାଯ୍ୟ କରେ । ପେନସନ ଭୋଗୀଙ୍କୁ ନଭେମ୍ବର ମାସରେ ବର୍ଷକୁ ଥରେ ବ୍ୟାଙ୍କ କିମ୍ବା ଡାକ କାର‌୍ୟ୍ୟାଳୟକୁ ଯାଇ ସେମାନଙ୍କର ଜୀବନ ପ୍ରମାଣପତ୍ରକୁ ଉପସ୍ଥାପନ କରିବାକୁ ପଡିବ, ଯାହାଫଳରେ ସେମାନଙ୍କ ପେନ୍ସନ ଠିକ ସମୟରେ ଆସିବ ।

ବର୍ତ୍ତମାନ ପେନ୍ସନ ଭୋଗୀମାନେ ଘରେ ବସି ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରିବେ । ଘରେ ବସି ଲାଇଫ ସାର୍ଟିଫିକେଟ ଆବେଦନ କରିବା ପାଇଁ ବ୍ୟାଙ୍କର ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧାକୁ ଚୟନ କରିବାକୁ ପଡିବ । ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇର ୱେବସାଇଟ ଅନୁଯାୟୀ ବ୍ୟାଙ୍କର ଡୋର ଷ୍ଟେପ ବ୍ୟାଙ୍କିଙ୍ଗ ସୁବିଧାକୁ ବ୍ୟବହାର କରିବା ପାଇଁ ପ୍ରଥମେ ନିଜ ଘର ପାଖରେ ଥିବା ବ୍ରାଞ୍ଚକୁ ଯିବାକୁ ପଡିବ । ଏହା ପରେ ଗ୍ରାହକମାନେ ଏହି ସେବାକୁ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ ଆପ, ଅନ୍ଲାଇନ ବ୍ୟାଙ୍କିଙ୍ଗ କିମ୍ବା ଟୋଲ ଫ୍ରି ନମ୍ବର ମାଧ୍ୟମରେ ବୁକ କରିପାରିବେ । ଏହାପରେ ବ୍ୟାଙ୍କର ଏଜେଣ୍ଟ ଆପଣଙ୍କ ଘରକୁ ଆସି ଆପଣଙ୍କଠାରୁ ଡିଜିଟାଲ ଲାଇଫ ସାର୍ଟିଫିକେଟ ସଂଗ୍ରହ କରିବ ।

Get real time updates directly on you device, subscribe now.