fbpx
BSKY SKY
BSKY SKY

କମ୍ ବଲରେ ଶତକ କରି ଇତିହାସ ରଚିଲେ ଟ୍ରେଭିସ୍ ହେଡ୍: ନ୍ୟୁଜିଲାଣ୍ଡକୁ ୩୮୯ ରନର ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ

BSKY

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ରନର ବର୍ଷା ଦେଖିବାକୁ ମିଳିଛି । ଆହତ ଜନିତ କାରଣରୁ କିଛି ମ୍ୟାଚରୁ ବାଦ ପଡ଼ିଥିବା ଟ୍ରେଭିସ ହେଡ୍ ବିଶ୍ୱକପର ଡେବ୍ୟୁ ମ୍ୟାଚରେ ଇତିହାସ ରଚିଛନ୍ତି । ହେଡ୍ ମାତ୍ର ୫୯ଟି ବଲରୁ ଧୂଆଁଧାର ଶତକ ମାରିଛନ୍ତି । ହେଡ୍ ୧୦ଟି ଚୌକା ଓ ୭ଟି ଛକା ସହାୟତାରେ ୬୭ଟି ବଲରୁ ୧୦୯ ରନର ଇନିଂସ ଖେଳି ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ ।

ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡର ବୋଲରଙ୍କୁ ନିର୍ଧୂମ ପିଟିଥିଲେ ହେଡ୍ । ଏହିକ୍ରମରେ ଅଷ୍ଟ୍ରେଲିଆର ସବୁଠାରୁ ଦ୍ରୁତ ଶତକ ଅର୍ଜନ କରିବା ବ୍ୟାଟ୍ସମ୍ୟାନ ତାଲିକାରେ ହେଡ୍ ଚତୁର୍ଥ ସ୍ଥାନରେ ରହିଛନ୍ତି । ଦିନିକିଆରେ ସବୁଠାରୁ ଦ୍ରୁତ ଶତକ ମାରିବାର ରେକର୍ଡ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ରହିଛି । ମାକ୍ସୱେଲ ୪୦ଟି ବଲରୁ ଏହି ସଫଳତା ହାସଲ କରିଥିଲେ । ଆଘାତଜନିତ ସମସ୍ୟା କାରଣରୁ ପାଖାପାଖି ୬ ସପ୍ତାହ ଧରି ହେଡ୍ ଖେଳିପାରିନଥିଲେ ।

ପ୍ରଥମ ଓଭରରୁ ହିଁ ହେଡ୍ ଓ ଡେଭିଡ ୱାର୍ଣ୍ଣର ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ଫଳରେ ୧୯.୧ ଓଭର ବେଳକୁ ଅଷ୍ଟ୍ରେଲିଆ ୧୭୫ ରନ୍ ସଂଗ୍ରହ କରିପାରିଥିଲା । ଡେଭିଡ୍ ୱାର୍ଣ୍ଣର ୮୧ ରନ୍ ସଂଗ୍ରହ କରିଥିଲେ । ଦଳ ୪୯.୨ ଓଭରରେ ୩୮୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଓ ଗ୍ଲେନ ଫିଲିପ୍ସ ପ୍ରତ୍ୟେକେ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ୫ଟି ମ୍ୟାଚରୁ ୪ଟିରେ ଜିତି ୮ ପଏଣ୍ଟ ପାଇ ୩ୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୫ଟିରୁ ୩ଟିରେ ଜିତି ୬ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ତେଣୁ ଉଭୟ ଶକ୍ତିଶାଳୀ ଟିମ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.