fbpx

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଝଟକା; IPL ଅଧାରୁ ଫେରିଗଲେ ଗୁଜୁରାଟର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ରେ ଦମଦାର ପ୍ରଦର୍ଶନ କରିଛି ହାର୍ଦ୍ଦିକଙ୍କ ନେତୃତ୍ୱାଧୀନ ଟିମ୍ ଗୁଜୁରାଟ ଟାଇଟନ୍ସ । ଦଳର ଅଧିକାଂଶ ଖେଳାଳି ଧୂଆଁଦାର ଫର୍ମରେ ଥିବା ବେଳେ ଏହାର ଫାଇଦା ପାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ସର୍ବାଧିକ ପଏଣ୍ଟ ସହ ପଏଣ୍ଟ ଟେବୁଲର ଟପ୍ ରେ ରହିଛି ଗୁଜୁରାଟ । କିନ୍ତୁ ଲକ୍ଷେ୍ନø ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚ ପୂର୍ବରୁ ଦଳକୁ ଏକ ଶକ୍ତ ଝଟକା ଲାଗିଛି । ଗୁଜୁରାଟ ଟାଇଟନ୍ସର ଜଣେ ଷ୍ଟାର ଖେଳାଳି ବର୍ତ୍ତମାନ ଅଧାରୁ ଆଇପିଏଲ ଛାଡି ନିଜ ଦେଶକୁ ଫେରି ଯାଇଛନ୍ତି ।

ସୂଚନା ଅନୁସାରେ, ଗୁଜୁରାଟ ଟାଇଟନ୍ସର ସୁପରଷ୍ଟାର ଫାଷ୍ଟ ବୋଲର ଜୋସୁଆ ଲିଟିଲ ଦଳ ଛାଡି ବର୍ତ୍ତମାନ ନିଜ ଦେଶକୁ ଫେରିଛନ୍ତି । ରାଷ୍ଟ୍ରୀୟ ସେବା ପାଇଁ ରାଜସ୍ଥାନ ବିପକ୍ଷ ମ୍ୟାଚ ପରେ ଦେଶକୁ ଫେରିଯାଇଛନ୍ତି ଲିଟିଲ । ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ନିଜ ଦେଶ ଅଭିମୁଖେ ବାହାରି ଯାଇଛନ୍ତି । ମେ’ ୯ ତାରିଖରେ ଆରମ୍ଭ ହେଉଥିବା ଏହି ସିରିଜରେ ଜୋସୁଆ ଲିଟିଲଙ୍କୁ ସ୍ଥାନ ପାଇଥିବାରୁ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଗୁଜୁରାଟ ଦଳକୁ ଅଧାରୁ ଛାଡିଛନ୍ତି । ତେବେ ଏଥିପାଇଁ ଗୁଜୁରାଟର ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

IPL 2023: BIG setback for Hardik Pandya-led Gujarat Titans, Josh Little suffers INJURY Scare, Ireland pacer ruled out of PSL 2023

ତେବେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜ ଶେଷ ହେବା ପରେ ସେ ପୁଣି ମେ’ ୧୪ ତାରିଖରେ ଭାରତ ଫେରିବେ ଏବଂ ଆଇପିଏଲ ଫ୍ରାଞ୍ଚାଇଜି ସହ ଯୋଗ ଦେବେ ବୋଲି ଜାଣିବାକୁ ମିଳିଛି । ଜୋସୁଆ ଲିଟିଲ ପ୍ରଥମ ଥର ଆଇପିଏଲ ଖେଳୁଥିବା ବେଳେ ୮ଟି ମ୍ୟାଚରୁ ୬ଟି ୱିକେଟ ହାସଲ କରିଛନ୍ତି । ତେବେ

Get real time updates directly on you device, subscribe now.