fbpx

ଏହି ରାଜ୍ୟରେ କୃଷକମାନେ ଗଧକୁ ଖାଇବାକୁ ଦେଉଛନ୍ତି ଗୋଲାପଜାମୁ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମନ୍ଦସୌର: ଶୀର୍ଷକଟି ପଢି ଆପଣ ନିଶ୍ଚୟ ଏହାକୁ ସତ ବୋଲି ବିଶ୍ୱାସ କରିବେ ନାହିଁ । କାରଣ ଗଧ ତ ଘାସ ଖାଏ । ସେ କେମିତି ପୁଣି ଗୋଲାପଜାମୁ ଖାଇବ । କିନ୍ତୁ ଏହା ସତ । ଏହିପରି ଏକ ଘଟଣା ମଧ୍ୟପ୍ରଦେଶ ମନ୍ଦସୌରରୁ ସାମ୍ନାକୁ ଆସିଛି । ତେବେ ଏହା ପଛରେ ନିର୍ଦ୍ଧିଷ୍ଟ କାରଣ ବି ରହିଛି ।

ଏବେ ବର୍ଷା ଋତୁ ଚାଲିଛି । ଏହି ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ କିଛି କିଛି ରାଜ୍ୟରେ ଆଦୌ ବର୍ଷା ନାହିଁ । ମଧ୍ୟପ୍ରଦେଶ ମଧ୍ୟ ଏହି ରାଜ୍ୟ ମଧ୍ୟରେ ସାମିଲ ରହିଛି ଯେଉଁଠି ପର୍ଯ୍ୟାପ୍ତ ମାତ୍ରାରେ ବର୍ଷା ନ ହେବା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟର କୃଷକମାନେ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଆମେ ଜାଣିଛୁ ଇନ୍ଦ୍ର ଦେବତାଙ୍କୁ ଖୁସି କରାଇବା ଲାଗି ଲୋକମାନେ ବିଭିନ୍ନ ପାରମ୍ପାରିକ ଉପାୟ ଅବଲମ୍ବନ କରିଥାନ୍ତି ।

ବହୁ ରାଜ୍ୟରେ ଲୋକମାନେ ବର୍ଷା କରାଇବା ଲାଗି ବେଙ୍ଗ ବେଙ୍ଗୁଲି ବିବାହ ଆୟୋଜନ କରାଇଥାନ୍ତି । କିନ୍ତୁ ମନ୍ଦସୌରରେ ବର୍ଷା କରାଇବା ଲାଗି ଯେଉଁ ଉପାୟ ଅବଲମ୍ବନ କରାଯାଇଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କିଛିଦିନ ତଳେ ଏଠିକାର କୃଷକମାନେ ଗଧକୁ ନେଇ ବିଲରେ ହଳ ଯୋଚିଥିଲେ । ଏହାପରେ ସେଠାରେ ବର୍ଷା ହୋଇଥିଲା । କୃଷକମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, ଗଧ ସେମାନଙ୍କ ଲାଗି ଲକି । ଏହାପରେ ଅଧିକ ବର୍ଷା କରାଇବା ଲାଗି କୃଷକମାନେ ଏବେ ଗଧକୁ ଗୋଲାପଜାମୁ ଖୁଆଉଛନ୍ତି । ଗଧକୁ ପୋଲାପଜାମୁ ଖୁଆଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ଘଟଣାଟି ମନ୍ଦସୌର ସହର ୱାର୍ଡ ନମ୍ବର ୨୬ର । ଏହି ୱାର୍ଡର କୃଷକମାନେ ଗଧକୁ ଗୋଲାପଜାମୁ ଖୁଆଇବା ସହିତ ଭିଡିଓ ପ୍ରସ୍ତୁତ କରିଥିଲେ । ଭିଡିଓଟି ସୋସିଆଲ ମିଡିଆରେ ଆସିବା ପରେ ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.