fbpx

ରାଜଧାନୀରେ ଗୁଳିକାଣ୍ଡ: ଆସାମୀ ଫେରାର୍

ଭୁବନେଶ୍ୱର, ୧୧ା୧୨ (ଓଡିଶା ଭାସ୍କର): ରାଜଧାନୀରେ କ୍ରମାଗତ କିଛିଦିନ ଧରି ଲୁଟ୍, ଛିନତାଇ, ବ୍ୟାଙ୍କ ଲୁଟ୍ ଆଦି ଘଟଣା ଜାରି ରହିଥିବା ବେଳେ ଆଜି ଗୁଳି ଗର୍ଜନ କରିଛି ।

ଖବରରୁ ଜଣାଯାଇଛି ଯେ, ଜାମିନରେ ଆସିଥିବା ଜଣେ ଯୁବକଙ୍କୁ ଟାର୍ଗେଟ୍ କରି ଏହି ଗୁଳିକାଣ୍ଡ ହୋଇଛି । ଭୁବନେଶ୍ୱରର କଳିଙ୍ଗ ବିହାର କେ-୪ ଅଞ୍ଚଳରେ ଏହି ଘଟଣାଟି ଘଟିଛି । ବାଇକରେ ଆସି ୩ ଜଣ ଯୁବକ ଏହି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଖବର ପାଇ ତମାଣ୍ଡୋ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳରୁ ଖୋକା ଜବତ କରିଥିବା ଜଣାପଡ଼ିଛି । ତେବେ ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.