fbpx

ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ

AAKASH

ଛତିଶଗଡ଼: ଶନିବାର ଛତିଶଗଡ଼ରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ୩ ଡିଆରଜି ଅଧିକାରୀ ସହିଦ ହୋଇଛନ୍ତି । ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ଏବଂ ସୁରକ୍ଷା ବାହିନୀ କର୍ମଚାରୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।

କୁହାଯାଉଛି ଯେ ଉଭୟ ପାର୍ଶ୍ୱରୁ ଅନେକ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା । ସହିଦ ହୋଇଥିବା ଅଧିକାରୀମାନଙ୍କୁ ଏଏସଆଇ ରାମୁରାମ ନାଗ, ସହକାରୀ କନଷ୍ଟେବଳ କୁଞ୍ଜାମ ଯୋଗ ଏବଂ କନଷ୍ଟେବଳ ଭଞ୍ଜମ ଭୀମା ବୋଲି ଜଣାପଡିଛି ।

Get real time updates directly on you device, subscribe now.