fbpx
BSKY
BJD YOUTH SKY
BJD MS SKY

କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ସମ୍ବୋଧନ କରିବେ ସୋନିଆ, ତିନୋଟି ପ୍ରସ୍ତାବ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ତିନିଦିନ ଧରି ହେବାକୁ ଥିବା କଂଗ୍ରେସସମ୍ମିଳନୀର ଆଜି ହେଉଛି ଦ୍ଵିତୀୟ ଦିନ। କଂଗ୍ରେସ ଦଳ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ସମ୍ମିଳନୀର ଦ୍ୱିତୀୟ ଦିନରେ ସମସ୍ତ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବେ । ଏହାସହିତ ତିନୋଟି ପ୍ରସ୍ତାବ ଉପରେ ଆଲୋଚନା ହେବ। ଯାହା ଶୁଣିବାକୁ ମିଳୁଛି ରାଜନୀତି, ଅର୍ଥନୈତିକ ଏବଂ ଆନ୍ତର୍ଜାତୀୟ ବ୍ୟାପାର ଉପରେ ପ୍ରସ୍ତାବ ଉପରେ ଆଲୋଚନା କରାଯିବ। ସୂଚନାମୁତାବକ ତିନି ଦିନିଆ କଂଗ୍ରେସ ସମ୍ମିଳନୀ ଗୁରୁବାରଠାରୁ ଆରମ୍ଭ ହୋଇଥିଲା।

ପ୍ରଥମ ଦିନରେ ଦଳର ପରିଚାଳନା କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନେଇଛି ଯେ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁଡିସି) ର ସଦସ୍ୟମାନେ ନିର୍ବାଚିତ ହେବେ ନାହିଁ, କିନ୍ତୁ ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସଦସ୍ୟ ମନୋନୀତ କରିବାକୁ ଅନୁମତି ଦିଆଯିବ। କଂଗ୍ରେସ ସମ୍ବିଧାନରେ ଏକ ସଂଶୋଧନ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ମହିଳା, ଯୁବକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପଚାଶ ସଂରକ୍ଷଣ ରହିବ।

ଏହା ସହିତ ଦଳ ଡିଜିଟାଲ୍ ସଦସ୍ୟତା ଅନ୍ତର୍ଭୁକ୍ତ କରିବାକୁ ତାର ସମ୍ବିଧାନରେ ସଂଶୋଧନ କରୁଛି। ଏଥି ସହିତ, ସଦସ୍ୟତା ସମୟରେ ନିଆଯାଇଥିବା ଶପଥରେ ମଧ୍ୟ ପରିବର୍ତ୍ତନ ଆସିପାରେ । ପାର୍ଟି ସମ୍ବିଧାନରେ ୧୬ ଟି ବ୍ୟବସ୍ଥା ଏବଂ ୩୨ ଟି ନିୟମରେ ପରିବର୍ତ୍ତନ ପ୍ରସ୍ତାବ ଦିଆଯାଇଛି। ନୂତନ ସଦସ୍ୟଙ୍କୁ ମଧ୍ୟ ଖଦି ପିନ୍ଧିବାକୁ ଏବଂ ଧର୍ମନିରପେକ୍ଷତାର ଶପଥ ନେବାକୁ ପଡ଼ିବ। ଏହା ସହିତ ମଦ୍ୟପାନ କରିବା ଦ୍ୱାରା ସଦସ୍ୟତା ଯିବା ନାହିଁ ବୋଲି କିଛି ନିଷ୍ପତି ଆସିପାରେ ।

Get real time updates directly on you device, subscribe now.