fbpx

୨୦୨୨ ରେ ଆଣ୍ଡାମାନ ଆକଶରେ ଭାରତ ଠାବ କରିଥିଲା ଉଡ଼ନ୍ତା ବସ୍ତୁ: ରିପୋର୍ଟ

ନୂଆଦିଲ୍ଲୀ: ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାରେ ଦେଖା ଦେଇଥିବା ଅଜଣା ଉଡ଼ନ୍ତା ବସ୍ତୁ ଚହଳ ସୃଷ୍ଟି କରିଥିବା ବେଳେ, ଏକ ବର୍ଷ ପୁର୍ବରୁ ଭାରତର ଉପକୂଳରେ ଏହା ଠାବ ହୋଇଥିବା ଜଣାପଡିଛି । ଭାରତ ଓ ଚୀନ୍ ଷ୍ଟ୍ରାଟେଜିକ ସିମା ନିକଟରେ ବା ଆଣ୍ଡାମାନ ନିକବର ଅଞ୍ଚଳରେ ଏହି ବିଶାଳକାୟ ବେଲୁନ୍ ଆକାରର ଏହିବସ୍ତୁ ଦେଖିବାକୁ ମିଳିଥିଲା । ସେ ସମୟରେ ଏହା ବିଷୟରେ କିଛି ଜଣା ନଥିବାରୁ ଏହାପ୍ରତି କେହି ଧ୍ୟାନ ଦେଇ ନଥିଲେ । ଆଣ୍ଡାମାନ ଏବଂ ନିକୋବର ଅଞ୍ଚଳରେ ଶହଶହ ଲୋକେ ଏକତ୍ରୀତ ହୋଇ ଏହାର ଫଟୋ ଉଠାଇଥିଲେ । ଏହାକୁ ଦେଖି ଭାରତୀୟ ସୁରକ୍ଷା ପାଇଁ ଥିବା ରାଡାର ଗୁଡ଼ିକ ମଧ୍ୟ ଚେତାବନୀ ଦେଇଥିଲେ ।

ଏହି ଦ୍ୱୀପପୁଞ୍ଜ ବେଙ୍ଗାପସାଗରେର ଭାରତର କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରର ନିକଟବର୍ତ୍ତୀ ଏବଂ ମାଲାକା ଷ୍ଟ୍ରେଟ୍ ନିକଟରେ ରହିଛି, ଯାହା ଚୀନ୍ ଏବଂ ଅନ୍ୟ ଉତ୍ତର ଏସୀୟ ଦେଶକୁ ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଣ ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ଅଟେ ।

ବତ୍ତର୍ମାନ ଆମେରିକାର କଥିତ ଚୀନ୍‌ର ଗୁଇନ୍ଦା ବେଲୁନ୍ ଗୁଳି ଚଳାଇ ଖସାଇବା ପରେ ଭାରତୀୟ ଅଧିକାରୀମାନେ ଘଟଣାର ପୁନଃସମୀକ୍ଷା କରୁଛନ୍ତି ଏବଂ ଭବିଷ୍ୟତେର ସମାନ ଧମକ ଚିହ୍ନଟ କରିବାରେ ତଥା ଶୀଘ୍ର ପ୍ରତିକ୍ରିୟାଶୀଳ ହେବା ପାଇଁ ପ୍ରେଟୋକଲ୍ ପ୍ରସ୍ତୁତ କରୁଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ତେବେ ଏହି ଅଜଣା ବସ୍ତୁକୁ ଖସାଇବା ପାଇଁ ମୂଲ୍ୟବାନ କ୍ଷେପଣାସ୍ତ୍ର ବ୍ୟବହାର କରିଥିବା ଆମେରିକା ତୁଳନାରେର ଭାରତ ଶସ୍ତା ବିକଳ୍ପକୁ ପସନ୍ଦ କରେ ଯେପରିକି ପରିବହନ ବିମାନାରେ ଲାଗିଥିବା ଯୁଦ୍ଧ ବିମାନ କିମ୍ବା ଭାରୀ ମେସିନ ବନ୍ଧୁକ ବ୍ୟବହାର କରିବ ।

ତେବେ ଏହି ବସ୍ତୁଟି ହଟାତ ଆଣ୍ଡାମାନ ଆକଶରେ ଦୃଶ୍ୟମାନ ହୋଇଥିଲା । ଏହି ସମୟରେ ରାସ୍ତରେ ଯାଉଥିବା ଅନେକ ଲୋକେ ଦେଖି ଅଟକି ଯାଇଥିଲେ । ତେବେ ଏହି ବସ୍ତୁଟି ଭାରତୀୟ ରାଡାର ସିଷ୍ମକୁ ମାତ୍ ଦେଇଥିବା ଅଧିକାରୀମାନେ କହିଛନ୍ତ କର୍ତ୍ତୃପକ୍ଷ ବେଲୁନର ଉତ୍ପତ୍ତି ନିଣ୍ଣର‌୍ୟ କରିବା ପୂବର୍ରୁ ଏବଂ ଏହାକୁ ଓହ୍ଲାେଇବ କି ନାହିଁ ତାହା ସ୍ଥିର କରିବା ପୂବର୍ରୁ ବସ୍ତୁ ଦକ୍ଷିଣ-ପଶ୍ଚିମ ସମୁଦ୍ରକୁ ଯାଇଥିଲା ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.