fbpx

ବିଦ୍ରୋହୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳି ବିନିମୟ: ୩ ଯବାନ ସହିଦ

AAKASH

ଇମ୍ଫାଲ : ରାଜ୍ୟରେ ଲାଗି ରହିଛି ଜାତିଆଣ ହିଂସାକାଣ୍ଡ । ମଣିପୁରର ହିଂସାଗ୍ରସ୍ତ ସେରୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ବିଦ୍ରୋହୀଙ୍କ ମଧ୍ୟରେ ଗୁଳି ବିନିମୟ ହେବା ଫଳରେ ୩ ଜଣ ଯବାନ ସହିଦ ହୋଇଛନ୍ତି । ମଣିପୁର ଠାରେ ସୁଗନୁ/ସେରୋ ନାମକ ସ୍ଥାନରେ ଆସାମ ରାଇଫଲ, ବିଏସଏଫ ଏବଂ ପୋଲିସ ମିଶି ଏକ ବଡ଼ ଅପରେସନ ଆରମ୍ଭ କରିଲେ । ବିଦ୍ରୋହି ମାନେ ଜୁନ ୫ ଓ ୬ ରାତି ସାରା ଗୁଳି ବିନିମୟ କରିଥିଲେ । ସୁରକ୍ଷାକର୍ମୀ ମାନେ ମଧ୍ୟ ଗୁଳି ମାଡ଼ର କଡ଼ା ଜବାବ ଦେଇଥିଲେ ।

ଏଠାରେ ଗତ ଏକ ମାସ ହେବ ହିଂସା ଲାଗି ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ପ୍ରୟାସ ପରେ ଭି ମଣିପୁରର ହିଂସା ଥମୁ ନାହିଁ । ଏହି ହିଂସା କାଣ୍ଡରେ ବିଏସଏଫର ଜଣେ ଯବାନ ଓ ଆସାମ ରାଇଫଲ୍ସର ୨ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ସକାଳ ସମୟରେ ଗୁରୁତର ହୋଇଥିବା ୩ଜଣ ଯବାନକୁ କାକଚିଙ୍ଗର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା । ସେଠାରେ ଡ଼ାକ୍ତର ଯବାନଙ୍କୁ ମୃତ ଘୋଷଣା କରିଥିଲେ । ବିଏସଏଫ ଅଧିକାରୀଙ୍କ କହିବା ଅନୁଯଅୟୀ, ସେରୋଉ ପ୍ରାକ୍ଟିକାଲ ହାଇସ୍କୁଲ ଅଞ୍ଚଳରେ ଯବାନଙ୍କ ଉପରେ ଅଚାନକ ଗୁଳି ଚଳାଇଥିଲେ କୁକି ଉଗ୍ରବାଦୀ ।

ମଣିପୁରରେ ହେଇଥିବା ହିଂସା କାରଣରୁ ସରକାର ଜୁନ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ ବ୍ୟାନର ସମୟ ସୀମା ବୃଦ୍ଧି କରିଛନ୍ତି । ପୁଣି ଥରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଉଦ୍ୟମ କରୁଛନ୍ତି ।

Get real time updates directly on you device, subscribe now.