fbpx
BSKY
BJD YOUTH SKY
BJD MS SKY

‘ପ୍ୟାର କା ପଞ୍ଚନାମା-୨’ର ଅଭିନେତ୍ରି ସାଜିଲେ କନ୍ୟା, ୩୪ ବର୍ଷ ବୟସରେ ବିବାହ କରିଲେ

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ସୋନାଲୀ ସେହଗଲ ‘ପ୍ୟାର କା ପଞ୍ଚନାମା’ ସହିତ ୨୦୧୧ ମସିହା ଠାରୁ ନିଜର କ୍ୟାରିୟର ଅରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ ଲଭ୍ ରଂଜନ । ସେ ୱେଡ଼ିଂ ପୁଲାଓ ଓ ପ୍ୟାର କା ପଞ୍ଚନାମା -୨ରେ ମଧ୍ୟ ଅଭିନୟ କରିଛନ୍ତି । ଏହା ସହିତ ସେ ସଲମନ ଖାନଙ୍କ ସହିତ ଥମ୍ସ ଅପ୍ର ବିଜ୍ଞାପନରେ ମଧ୍ୟ ଦେଖାଦେଇଥିଲେ ।

ସୂଚନା ଅନୁଯାୟୀ , ସୋନାଲି ତାଙ୍କର ପ୍ରେମି ଆଶିଷ ସଜନାନୀଙ୍କ ସହ ବିବାହ କରିଛନ୍ତି । ପ୍ରାୟ ଦୀର୍ଘ ୫ ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ କରୁଥିଲେ । କିଛି ବର୍ଷ ପ୍ରେମ ସମ୍ପର୍କରେ ବିତାଇ ଏବେ ଦୁହେଁ ବିବାହ ବନ୍ଦନରେ ବାନ୍ଧି ହୋଇଛନ୍ତି । ବିବାହରେ ସୋନାଲି ହାଲୁକା ଗୋଲାପି ରଙ୍ଗର ଶାଢୀ ପିନ୍ଧିଥିଲେ ଏବଂ ତାଙ୍କ ପୋଷା କୁକୁର ମଧ୍ୟ ଗୋଲାପି ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ସେ ତାଙ୍କ ପୋଷା କୁକୁର ସହ ମିଶି ବିବାହ ସ୍ଥଳକୁ ଯାଇଥିଲେ ।

ଆଶିଷ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ଅନେକ ହୋଟେଲ ରହିଛି । ଜୁନ୫ରେ ଦୁହିଁଙ୍କର ହଳଦୀ ରସମ ହୋଇଥିବା ବେଳେ ଆଜି ଦୁହେଁ ବିବାହ କରିଛନ୍ତି । ବିବାହରେ ପରିବାର ଲୋକଙ୍କ ସହିତ କିଛି ଘନିଷ୍ଠ ବନ୍ଧୁ ଯୋଗ ଦେଇ ବିବାହର କାର୍ଯ୍ୟ ସଂପୁର୍ଣ୍ଣ କରିଛନ୍ତି । ଏଥିରେ ବଲିଉଡ଼ କଳାକାର କାର୍ତ୍ତିକ ଆରୟନ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.